ଝିଅର ମନୋବଳ ଦୃଢ଼ କରିବା ପାଇଁ ଝିଅ ସହ ପାଠ ପଢ଼ିଲେ ବାପା ଦେଖନ୍ତୁ ଏକା ସାଙ୍ଗରେ ପାସ କଲେ ନିଟ ପରୀକ୍ଷା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ୍ୟ ଅଟେ । ବାପା ଆଉ ଝିଅ ଏକାସାଙ୍ଗରେ ପାସ କରିଲେ ନିଟ ୟୁଜି । ଝିଅର ମନୋବଳ ବଢ଼ାଇବା ପାଇଁ ବାପା ମଧ୍ୟ ପାଠ ପଢୁଥିଲେ । ଝିଅ ସହିତ ପାଠ ପଢୁଥିଲେ ବାପା ।
ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ ହୋଇଥାଏ । ଆଉ ଗୋଟିଏ ଛୁଆର ଇଚ୍ଛା ପୂରଣ କରିବା ପାଇଁ ବାପା ଅନେକ କଷ୍ଟ କରିଥାଏ । ଏବେ ଏହି ବାପା ଜଣକ ଝିଅର ମନୋବଳ ଦୃଢ଼ କରିବାକୁ ପାଠ ପଢ଼ିଥିଲେ । ଆଉ ପରୀକ୍ଷାରେ ଉତ୍ତୀର୍ଣ୍ଣ ବି ହୋଇଥିଲେ । ଏହି ଝିଅକୁ ୧୮ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କୁ ୫୦ ବର୍ଷ । ଝିଅର ଭବିଷ୍ୟତ ତିଆରି କରିବାକୁ ମା ଆଉ ବାପା ଅନେକ ଚେଷ୍ଟା କରିଥାନ୍ତି । ଝିଅର ସବୁ ଇଚ୍ଛା ପୂରଣ କରିବାକୁ ଝିଅ ସହିତ ପାଠ ପଢ଼ିଥିଲେ ଆଉ ପରୀକ୍ଷାରେ ପାସ କରିଥିଲେ । 
ନିଟ୍ ୟୂଜି ପାସ କରିବା ଏତେ ସହଜ ନୁହେଁ । ଏହି ପରୀକ୍ଷା ପାସ କରିବା ପାଇଁ ଅନେକ ଚେଷ୍ଟା ଆଉ ପରିଶ୍ରମ କରିବାକୁ ପଡ଼ିଥାଏ । ଆଉ ଏବେ ଝିଅର ଇଚ୍ଛା ପୂରଣ କରିବାକୁ ବାପା ଜଣକ ଏଭଳି କାମ କରିଛନ୍ତି । ସେ ଝିଅ ସହିତ ପାଠ ପଢ଼ିବା ସହ ପରୀକ୍ଷା ମଧ୍ୟ ଦେଇଥିଲେ । ଆଉ ଏବେ ସେ ପାସ କରିଛନ୍ତି । ଏହି ବାପା ଜଣଙ୍କ ନାମ ହେଉଛି ବିକାଶ ମଙ୍ଗୋତ୍ରା ଆଉ ଝିଅ ଜଣକ ହେଉଛନ୍ତି ମୀମାଂସା ମଙ୍ଗୋତ୍ରା । ବିକାଶ ଦିଲ୍ଲୀର ଏକ କର୍ପୋରେସନ ଅଫିସରେ କାମ କରନ୍ତି । ଏବେ ସେ ଆଉ ତାଙ୍କ ଝିଅ ପାସ କରିଛନ୍ତି ନିଟ୍ ୟୁଜି ।
ବିକାଶ ପୂର୍ବରୁ ଅନେକ ଥର ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ବିକାଶ GATE, JKCET, UPSC CSE ସମେତ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇଥିଲେ । ୨୦୨୪ ମସିହାରେ ସେ ତାଙ୍କ ଝିଅର ମନୋବଳ ବଢ଼ାଇବା ପାଇଁ ତାଙ୍କ ସହିତ ପାଠ ପଢ଼ି ପରୀକ୍ଷା ଦେଇଥିଲେ । ସେ ନିଜ ଅଫିସରୁ ଛୁଟି ନେଇ ଝିଅ ସହ ୧୫ ରୁ ୧୬ ଘଣ୍ଟା ପରିଶ୍ରମ କରୁଥିଲେ । ଏହା ତାଙ୍କ ଝିଅକୁ ବହୁତ ସାହସ ଦେଇଥିଲା । ସେମାନେ ଏହି ନୀଟ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ପିଲାଙ୍କ ଭବିଷ୍ୟତ ପାଇଁ ଏନେଇ କିଛି କରିବାକୁ ପଡ଼ିଥାଏ ।