ଚାକିରୀ କରିବାକୁ ଚାହୁଁଥିଲେ ଆସିଲା ଖୁସି ଖବର ଦେଖନ୍ତୁ +୨ ପାସ କରିଥିଲେ କରି ପାରିବେ ଆବେଦନ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ଏବେ ଚାକିରୀ କରିବା ପାଇଁ ବାହାରିଛି ଏକ ଭଲ ନିଯୁକ୍ତି। +୨ ପଢିଥିବା ପିଲା ମାନେ ବି କରିପାରିବେ ଆବେଦନ। ଏହି ନିଯୁକ୍ତିରେ ଦରମା ରହିଛି ଲକ୍ଷେରୁ ଅଧିକ ଟଙ୍କା। ସରକାରୀ ଚାକିରୀ ଖୋଜୁଥିବା ଯୁବପିଢୀଙ୍କ ପାଇଁ ଆସିଛି ଏକ ଖୁସି ଖବର। 
ବାସ୍ତବରେ ଏହି ପଦବୀ ବାହାର କରିଛି ଜୁଟ କର୍ପୋରେସନ ଅଫ ଇଣ୍ଡିଆ। ଏଥିରେ ମୋଟ ୯୦ଟି ପଦବୀ ପାଇଁ ବିଭିନ୍ନ ବିଜ୍ଞପ୍ତି ବାହାରିଛି। ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି। କିନ୍ତୁ କିଛିଦିନ ଭିତରେ ପଞ୍ଜିକରଣ ଶେଷ ତାରିଖ ବି ଆସିଯିବ। ଆବେଦନ ଆପଣ ମାନେ କେବଳ ଅନଲାଇନ କରି ପାରିବେ। ଏଥିପାଇଁ ପ୍ରାର୍ଥୀଙ୍କୁ ଜୁଟ କର୍ପୋରେସନ ଅଫ ଇଣ୍ଡିଆର ଅଫିସିଆଲ୍ ୱେବସାଇଡକୁ ଯିବାକୁ ପଡିବ। ୪୨ଟି ପଦବୀ ରହିଛି କେବଳ ଜୁନିଅର ଇନ୍ସପେକ୍ଟର ପାଇଁ, ଏହାପରେ ୨୫ଟି ପଦବୀ ରହିଛି ଜୁନିଅର ଆସିଷ୍ଟାଣ୍ଟ ପାଇଁ ଏବଂ ୨୩ଟି ପଦବୀ ରହିଛି ଆକାଉଣ୍ଟାଣ୍ଟ ପାଇଁ। 
ତେବେ ଏହିସବୁ ପଦବୀ ପାଇଁ ଯୋଗ୍ୟତା ମଧ୍ୟ ରହିଛି ଭିନ୍ନ ଭିନ୍ନ। ଏହାର ସବିଶେଷତଥ୍ୟ ଆପଣ ମାନେ ଅଫିସିଆଲ୍ ୱେବସାଇଡରୁ ପାଇପାରିବେ। ଯଦି ଆପଣ ମାନେ ବୟସ ସୀମା କଥା କହିବେ ତେବେ ଅତିବେଶୀରେ ଜଣେ ପିଲାର ବୟସ ୩୦ ବର୍ଷ ହେଇଥିବା ଆବଶ୍ୟକ। ସେମାନେ ହିଁ ଏଥିପାଇଁ ଆବଶ୍ୟକ କରିପାରିବେ। ଏକ୍ସପ୍ରିଏନ୍ସ ମଧ୍ୟ ଆପଣଙ୍କୁ ଆବଶ୍ୟକ ହେଇପାରେ। କିଛି ରାଉଣ୍ଡ ପରେ ଆପଣଙ୍କର ସିଲେକସନ ହେବ। 
ପ୍ରଥମେ ହେବ ଲିଖିତ ପରୀକ୍ଷା। ଏହାକୁ ପାସ କରିଥିବା ପିଲା ପଦ ହିସାବରେ ଗ୍ରେଡ ଟେଷ୍ଟ ଦେବେ। ଶେଷରେ ହେବ ଡକମେଣ୍ଟ ଭେରିଫିକେସନ। ସମସ୍ତ ପର୍ଯ୍ୟାୟ ପାସ କରିଥିବା ପ୍ରାର୍ଥୀଙ୍କର ହେବ ସିଲେକସନ। ଆଉ ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ୱର ୩୦। ଆବେଦନ କରିବା ପାଇଁ ୨୫୦ ଟଙ୍କା ଦେବାକୁ ହେବ। କିନ୍ତୁ ଏସିଏସଟିଙ୍କ ପାଇଁ କୌଣସି ପଇସା ଲାଗିବ ନାହିଁ। ଦରମା ପଦବୀ ହିସାବରେ ୨୮୦୦୦ ଟଙ୍କାରୁ ଆରମ୍ଭ କରି ରହିଛି ୧ ଲକ୍ଷ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ।