ନେପାଳ ଝିଅ ହେଲେ ଓଡ଼ିଆ ବୋହୂ ଦେଖନ୍ତୁ ଏହି ସୁନ୍ଦର୍ ଦୃଶ୍ୟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ପ୍ରେମ ଵିଵାହକୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି। ନେପାଳି ଝିଅକୁ ବାହା ହେଲେ ଓଡିଆ ଯୁବକ । ଦୁବାଇରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଆଉ ଏବେ ବୈଦିକ ରୀତିନୀତି ଗ୍ରାମର ଦେବୀଙ୍କ ନିକଟରେ ବିବାହ ବନ୍ଧନରେ ବାନ୍ଧି ହେଲେ ଓଡିଆ ଯୁବକ । ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପଂଚାୟତର ଭେଡା ରାମଚନ୍ଦ୍ରପୁରରେ। 
ଗାଁର ଏକ ଦେବୀଙ୍କ ମନ୍ଦିର ଠାରେ ବୈଦିକ ରୀତିନୀତିରେ ଉଭୟ ପରିବାରର ସହମତିରେ ବିବାହ କାର୍ଯ୍ୟ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଲଳିତ କୁମାର ମହାପାତ୍ରଙ୍କ ସମେତ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ହୋଇଛି। ନବବଧୂଙ୍କୁ ଆଶୀର୍ବାଦ ଦେବା ପାଇଁ ଗାଁର ମୁରବି ସାହି ପଡିସା ଓ ପରିବାର ଲୋକେ ଉପସ୍ଥିତ ଥିଲେ। ଭେଡା ରାମଚନ୍ଦ୍ରପୁର ଗାଁର କାମଦେବ ଗୋଛିଙ୍କ ପୁଅ ରାକେଶ କୁମାର ଗୋଛି କାମ କରିବାକୁ ଦୁବାଇ ଯାଇଥିଲେ। 
ସେଠାରେ ଡ୍ରାଇଭର ଭାବେ କାର୍ଯ୍ୟରତ ରହିଥିଲେ। ଏହାରି ଭିତରେ ଏକ ମଲରେ ଦେଖା ହୋଇଥିଲେ ନେପାଳର ଝିଅ ଜଗତ ମାୟା। ସେହି ପ୍ରଥମ ଦେଖାରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଏବେ ଏ ପ୍ରେମ ସମ୍ପର୍କ ଉଭୟ ପରିବାରର ସହମତିରେ ଭେଡା ରାମଚନ୍ଦ୍ରପୁରର ଗ୍ରାମଦେବୀଙ୍କ ମନ୍ଦିର ଠାରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନମର ଜୀବନ ସାଥି ପାଲଟିଛନ୍ତି। ତେବେ ବନ୍ଧୁଗଣ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।