ଦିତୀୟ ସ୍ତ୍ରୀକୁ ଛାଡ଼ି ପ୍ରଥମ ସ୍ତ୍ରୀ ପ୍ରେମରେ ପାଗଳ ହେଲେ ସ୍ୱାମୀ ଦେଖନ୍ତୁ କଣ କହିଲେ ଦିତୀୟ ସ୍ତ୍ରୀ
Jul 25, 2024, 16:40 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବକ ଜଣକ ଜଣେ ମହିଳାଙ୍କୁ ପ୍ରଥମେ ବିବାହ କରିଥିଲେ ଆଉ ସେ ତାଙ୍କ ପ୍ରଥମ ପତ୍ନୀ ସହିତ ରହୁଥିଲେ କିନ୍ତୁ ଏହି ପ୍ରଥମ ସ୍ତ୍ରୀ ଜଣକ ତାଙ୍କୁ ଛାଡି ଅଟୋ ବାଲା ସହିତ ଫେରାର ହୋଇ ଯାଇଥିଲା ।
ଆଉ ଏହି ପ୍ରଥମ ସ୍ତ୍ରୀ ଜଣକ ଅଟୋ ବାଲା ସହିତ ୧୩ ବର୍ଷ ରହିବା ପରେ ଏବେ ପୁଣି ଫେରି ଆସିଛି ତାର ସ୍ଵାମୀ ପାଖକୁ । କିନ୍ତୁ ଏହି ସ୍ୱାମୀ ଜଣକ ଦ୍ଵିତୀୟ କରି ସାରିଲେଣି । ଏହି ଯୁବକ ଜଣକ ଦ୍ଵିତୀୟ ବିବାହ କରିଛନ୍ତି । ଆଉ ଏବେ ତାଙ୍କ ପ୍ରଥମ ପତ୍ନୀ ତାଙ୍କ ପାଖକୁ ଫେରି ଆସିଛନ୍ତି । ଏହି ପ୍ରଥମ ପତ୍ନୀ ଏବେ ସ୍ଵାମୀ ପାଖକୁ ଆସି ଯେଭଳି କିଛି ହୋଇନଥିଲା ସେହି ଭଳି କାମ କରୁଛନ୍ତି । ଏହି ପ୍ରଥମ ପତ୍ନୀ ଜଣକ ସ୍ବାମୀଙ୍କ ମୁଣ୍ଡରେ ଫୁଲ ଆଉ ଚନ୍ଦନ ଲଗାଇ ଅଦିନିଆ ସାବିତ୍ରୀ ବ୍ରତ ପାଳନ କରୁଛି ।
ଏବେ ଏହି ପ୍ରଥମ ସ୍ତ୍ରୀ କଥାରେ ପଡି ସ୍ବାମୀ ଜଣକ ତାଙ୍କ ଦ୍ଵିତୀୟ ସ୍ତ୍ରୀକୁ ନିର୍ଯ୍ୟାତନା ଦେଉଛନ୍ତି । ଏହି ପ୍ରଥମ ସ୍ତ୍ରୀ ଜଣକ ଦୁଇ ସନ୍ତାନର ଜନନୀ ହୋଇ ସେ ଏଭଳି ପର ପୁରୁଷ ସହିତ ଫେରାର ହୋଇ ଯାଇଥିଲେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଚତୁର୍ଭୁଜ । ଆଉ ଏହି ବ୍ୟକ୍ତି ଜଣକ ତାଙ୍କ ପ୍ରଥମ ସ୍ତ୍ରୀ ପ୍ରେମରେ ପଡି ଦ୍ଵିତୀୟ ସ୍ତ୍ରୀକୁ ମାରିଦେବ ବୋଲି ଧମକ ଦେଉଛି । ଆଉ ଏନେଇ ଥାନା ଫାଣ୍ଡିରେ ଦ୍ଵିତୀୟ ସ୍ତ୍ରୀ ଜଣକ ଅଭିଯୋଗ କରିଥିଲେ । ଏହି ଘଟଣା ଏବେ ଦେଖିବାକୁ ମିଳିଛି କଟକ ଜିଲ୍ଲାରେ ।
କଟକ ଜିଲ୍ଲାର ସାଲେପୁର ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମରେ ଏହି ଘଟଣା ଘଟିଛି । ଏହି ଘଟଣାକୁ ନେଇ ଲିଖିତ ଅଭିଯୋଗ କରିବା ପରେ ପ୍ରଥମ ସ୍ତ୍ରୀ ଦୂରେଇ ଯିବାକୁ କୁହାଯାଇଥିଲା କିନ୍ତୁ ଏହି ଯୁବକ ଜଣଙ୍କର ମନ ପ୍ରଥମ ସ୍ତ୍ରୀ ପାଖରେ ରହି ଯାଇଥିଲା । ଆଉ ସେ ତାଙ୍କୁ ଆଣି ତାଙ୍କ ଘରେ ରଖୁଛନ୍ତି । ଏହି ପ୍ରଥମ ସ୍ତ୍ରୀ ଜଣଙ୍କ କଥାରେ ସେ ପଡ଼ି ଏବେ ଦ୍ଵିତୀୟ ସ୍ତ୍ରୀ ସହିତ ଏଭଳି କାମ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନେକ କଥା ଆସୁଛି । ଏହି ଘଟଣାକୁ ନେଇ ଦ୍ଵିତୀୟ ସ୍ତ୍ରୀ ଜଣକ ନ୍ୟାୟ ଦାବି କରିଛନ୍ତି ।