ନବୀନଙ୍କୁ ଗିରଫ କଲେ ସ୍ତ୍ରୀକୁ ଧରି ଘରେ ରହିବ - ସୁର ରାଉତରାୟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ନବୀନଙ୍କୁ ଦୃଢ଼ ବିରୋଧ କରୁଥିବା ସୁର ରାଉତ ରାୟ ଏବେ ନବୀନଙ୍କୁ ଦୃଢ଼ ସମର୍ଥନ କରୁଛନ୍ତି। 
ସୁର ରାଉତ ରାୟ ନବୀନଙ୍କୁ କବଚ ପରି ସୁରକ୍ଷା ଦେଉଛନ୍ତି ସୁର। ଗିରଫ କଥା ଶୁଣିବା ପରେ ବିଜେପିଙ୍କୁ ଧମକାଇଲା ଭଳି ପ୍ରତିକ୍ରିୟା ଦେଇଛନ୍ତି ସୁର ରାଉତ୍ ରାୟ। ସୁର କହିଛନ୍ତି ଯେ, "ନବୀନଙ୍କୁ ଗିରଫ କଲେ ବିଜେପିର ନେତା, ମନ୍ତ୍ରୀ, ବିଧାୟକ କେହି ଶୋଇ ପାରିବେନାହିଁ"। ସୁରଙ୍କର ଏଭଳି କଥାଶୁଣି ଓଡ଼ିଶାବାସୀ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ନବୀନଙ୍କୁ ସମର୍ଥନ କରି ପୁରା ଓଡ଼ିଶାକୁ ଏକାଠି କରିଦେବେ ବୋଲି ଧମକ ଦେଇଛନ୍ତି ସୁର ରାଉତ ରାୟ। 
ସୁର ରାଉତ ରାୟ ନବୀନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ନବୀନ ଯାହାସବୁ କରିଛନ୍ତି ବହୁତ୍ ଭଲ କରିଛନ୍ତି ବୋଲି କହିଛନ୍ତି। ସୁର ଆହୁରି କହିଛନ୍ତି, "ରାଜ୍ୟପାଳଙ୍କ ପୁଅ ଓଡ଼ିଆ ପୁଅଙ୍କୁ ମାଡ଼ ମାରିବା ଘଟଣାରେ ତୁମେ ଗୃହତ୍ୟାଗ କଲ ତୁମର ଏଭଳି ପଦକ୍ଷେପକୁ ମୁ ଘରୁ ଘୁରି ପ୍ରଶଂସା କରୁଛି ବୋଲି କହିଥିଲେ"। ନବୀନଙ୍କୁ ଯଦି ଗିରଫ କରିବେ ତାହାଲେ ବିଜେପିର ନେତା, ମନ୍ତ୍ରୀ, ବିଧାୟକ କେହି ଶୋଇ ପାରିବେନି ବୋଲି ସୁର ରାଉତ ରାୟ କହିଛନ୍ତି। 
ସୁର କହିଛନ୍ତି ଯେ, "ନିରୀହ ଲୋକ ହେଇଛନ୍ତି ନବୀନ ତାଙ୍କୁ ଗିରଫ କଲେ ଶାସକ ଦଳକୁ ଘରୁ ବାହାର କରିଦେବୁ ନାହିଁ"। ସେପଟେ ୨୦୨୪ ସଧାରଣ ନିର୍ବାଚନରେ କଂଗ୍ରେସକୁ ଧକ୍କା ଦେଇ ବିଜେଡିରେ ଆସନ ଲୋଭରେ ପୁଅ ପାଇଁ ପ୍ରଚାର କରିଥିଲେ ସୁର ରାଉତ ରାୟ। ଯାହାକୁ ନେଇ କଂଗ୍ରେସ ସୁର ରାଉତ ରାୟଙ୍କୁ ବାହାର କରିଥିଲା। ଆଉ ଏବେ ନବୀନଙ୍କ ନଜରରେ ରହିବା ପାଇଁ ପୁଅର ଭବିଷ୍ୟତକୁ ଦେଖି ନବୀନଙ୍କୁ ଦୃଢ଼ ସମର୍ଥନ କରିଛନ୍ତି ସୁର ରାଉତ ରାୟ।