ଶନିବାର କଲେ ଏହି କାମ ହୋଇଯିବ ସର୍ବନାଶ ଏବେଠାରୁ ଜାଣନ୍ତୁ ଏବଂ ବଞ୍ଚନ୍ତୁ ଶନିଦେବଙ୍କ ପାପ ଦୃଷ୍ଟିରୁ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶନିବାର ଶନିଦେବଙ୍କୁ ସମର୍ପିତ କରାଯାଇଛି। ତାଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଙ୍କ କୃପା ରହିଥାଏ ତାଙ୍କୁ ରାଜସୁଖ ପ୍ରାପ୍ତ ହୋଇଥାଏ। ସେହିପରି ଯାହାଙ୍କ ଉପରେ ଶନିଙ୍କ ବକ୍ର ଦୃଷ୍ଟି ପଡେ ତାଙ୍କ ଜୀବନ ଛାରଖାର ହୋଇଯାଏ।
ଜୀବନରେ ଅନେକ ପ୍ରକାରର ସମସ୍ୟା ଆସିଥାଏ। ସେହିପରି ଶନିବାର କେଉଁ ଜିନିଷ ସେବନ କରିବା ଉଚିତ ନୁହେଁ ତାହା ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ। ମୁଖ୍ୟତଃ ଯେଉଁ ବ୍ୟକ୍ତିଙ୍କ ଜୀବନରେ ଶନିଙ୍କ ସାଢେସାତୀ ଚାଲୁଥିବ ସେମାନଙ୍କୁ ଶନିବାର କିଛି ଜିନିଷ ସେବନ କରିବା ଉଚିତ୍ ନୁହେଁ।
୧- ଯଦି ଶନିବାର ଦିନ ଆପଣ କ୍ଷୀର କିମ୍ବା ଦହି ଖାଇବାକୁ ଚାହୁଁଛନ୍ତି ତେବେ ତାହାକୁ ସାଧା ଖାଆନ୍ତୁ ନାହିଁ। କ୍ଷୀରରେ ହଳଦୀ କିମ୍ବା ଗୁଡ ମିଶାଇ ସେବନ କରିପାରିବେ।
୨- ଏହିଦିନ ଆମ୍ବ ଆଚାର ଖାଆନ୍ତୁ ନାହିଁ। ଏହାକୁ ଖାଇବା ଦ୍ୱାରା ଶନିଦେବଙ୍କ କୋପର ଶିକାର ହେବାକୁ ପଡ଼ିଥାଏ।
୩- ଶନିବାର ଦିନ ଲାଲ୍‌ ଲଙ୍କା ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୃଦୃଷ୍ଟି ପଡିଥାଏ।
୪- ଶନିବାର ଦିନ ଚଣା, ବିରି ଓ ମୁଗ ଡାଲି ଖାଇପାରିବେ। କିନ୍ତୁ ମସୁର ଡାଲି ଏହିଦିନ ଖାଆନ୍ତୁ ନାହିଁ। ମସୁର ଡାଲି ସହିତ ମଙ୍ଗଳ ଗ୍ରହର ସମ୍ପର୍କ ରହିଛି। ତେଣୁ ମସୁର ଡାଲି ଖାଇବା ଦ୍ୱାରା ଶନିଦେବଙ୍କ କୁଦୃଷ୍ଟି ପଡିଥାଏ।
୫- ସେହିପରି ଶନିବାର ଦିନ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହା ଦ୍ୱାରା ଶନିଦେବଙ୍କ ଖରାପ ପ୍ରଭାବ ପଡିଥାଏ। ଏହାସହ ଦୁର୍ଘଟଣା ଘଟିବାର ସମ୍ଭାବନା ବୃଦ୍ଧି ପାଇଥାଏ।
୬- ଶନିବାର ଦିନ ସୋରିଷ ତେଲରେ ତିଆରି ହୋଇଥିବା ଖାଦ୍ୟପଦାର୍ଥ ଖାଆନ୍ତୁ ନାହିଁ। ଏହିଦିନ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ।