ଏକ ଲକ୍ଷ ଓଡ଼ିଆ ଲୋକଙ୍କୁ ଚାକିରୀ ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜାଣନ୍ତୁ କେଉଁ କେଉଁ ଲୋକ ମାନେ ପାଇବେ ଚାକିରି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନୂତନ ସରକାର ଆସିବା ପରେ ଶିକ୍ଷିତ ଯୁବକ ଯୁବତୀଙ୍କ ମନରେ ଅନେକ ଖୁସି ଦେଖିବାକୁ ମିଳୁଛି। ଅଧିକାଂଶ ଯୁବକ ଯୁବତୀ ଓଡ଼ିଶାରେ ଚାକିରି ନପାଇ ବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି। ଓଡ଼ିଶାର ଯାହା କିଛି ଚାକିରୀ ନିମନ୍ତେ ପୋଷ୍ଟ ବାହାରିଲା ବଡ଼ ବଡ଼ ନେତା ମାନେ ଟଙ୍କା ଲୋଭରେ ପୋଷ୍ଟ ବିକ୍ରି କରିଦେଉଥିବା ଯୁବବର୍ଗ ଅଭିଯୋଗ ଆଣନ୍ତି। 
ଯେଉଁ ଯୁବକ ଯୁବତୀଙ୍କ ପାଖରେ ମୋଟା ଅଙ୍କର ଟଙ୍କା ଥାଏ ସେହି ଯୁବକ ଯୁବତୀ ଚାକିରୀ ପାଇଥାନ୍ତି। ୨୪ବର୍ଷ ଶାସନରେ ବେକାରୀ ସମସ୍ୟା ଦୂର ହୋଇ ନାହିଁ। ଏବେ ଓଡ଼ିଶାରେ ବିଜେପି ସରକାର ନୂତନ ଭାବେ ଗଢି ଥିବା ବେଳେ ଯୁବକ ଯୁବତୀ ମାନେ ଚାକିରୀ ପାଇବେ ବୋଲି ଆଶା ବାନ୍ଧିଥିବା ସୂଚନା ମିଳିଛି। ତେବେ ବନ୍ଧୁଗଣ ରଥଯାତ୍ରା ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। 
୧ ଲକ୍ଷ ଯୁବକ ଓ ଯୁବତୀଙ୍କୁ ମିଳିବ ଚାକିରୀ। ଏଥିପାଇଁ ପରୀକ୍ଷା ପଦ୍ଧତି ମଧ୍ୟ ସଂସ୍କାର ଆଣିବା ପାଇଁ ନିଷ୍ପତି ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏନେଇ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖି ସୂଚନା ଦେଇଛି ସାଧାରଣ ପ୍ରଶାସନ ବିଭାଗ। ପରୀକ୍ଷାରେ ଲାଗୁ ହେଇଥିବା ବିଭିନ୍ନ ଅନାବଶ୍ୟକ ନିୟମ ଗୁଡ଼ିକୁ ହଟାଇବା ସହ ନିଯୁକ୍ତି ପ୍ରକ୍ରିୟାରେ ସରଳତା ଆଣିବାକୁ କୁହାଯାଇଛି। ଗତ ୩ ତାରିଖରେ ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆଉଜ ଏସମ୍ପର୍କରେ ସମୀକ୍ଷା କରିଥିଲେ। 
ତେବେ ବର୍ତମାନ ଏଥିରେ ଏକ ବଡ ନିଷ୍ପତି ନେବାକୁ ଯାଉଛନ୍ତି ରାଜ୍ୟସରକାର। ଓଡ଼ିଶାରେ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ ନିଯୁକ୍ତି ନୀୟମାବଳିରେ ସଂଶୋଧନ କରିବା ପାଇଁ ପଦକ୍ଷେପ ନେଇ ପାରନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଅଧୀନରେ ସମାନ ଯୋଗ୍ୟତା ଥିବା ପଦବୀ ପାଇଁ ଏକକ ପରୀକ୍ଷା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।