ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଆସିଲା ବଡ଼ ଖବର ଦେଖନ୍ତୁ ସମସ୍ତେ ପାଇବେ ଏହି ଲାଭ

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଗ୍ୟାସ ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର। ଆକାଉଣ୍ଟରେ ଏବେ ଜମା ହେବ ୨୪୦୦ ଟଙ୍କା। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଏଲପିଜି ସିଲିଣ୍ଡର ଉପରେ ସିବସିଡି ଦେଉଛନ୍ତି। ତେବେ ଏହି ଯୋଜନାରେ ଥିବା ହିତାଧିକାରୀଙ୍କୁ କେନ୍ଦ୍ର ସରକାର ନିକଟରେ ଦେଇଛନ୍ତି ଏକ ଖୁସି ଖବର। ଏଲପିଜି ସିଲିଣ୍ଡର ଉପରେ ସିବସିଡି ଏବେ ୮ ମାସ ଯାଏଁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ହିତାଧିକାରୀ ମାନେ ପ୍ରତ୍ୟେକ ସିଲିଣ୍ଡର ଉପରେ ୩୦୦ ଟଙ୍କା ସବସିଡି ପାଉଛନ୍ତି। 
ବର୍ତ୍ତମାନ ଭୁବନେଶ୍ୱରରେ ସାଧାରଣ ଗ୍ରାହକଙ୍କ ପାଇଁ ଏଲପିଜି ସିଲିଣ୍ଡର ୮୨୯ ଟଙ୍କାରେ ଉପଲବ୍ଧ ରହିଛି। କିନ୍ତୁ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ହିତାଧିକାରୀ ମାନଙ୍କୁ ୩୦୦ ଟଙ୍କା ସବସିଡି ପ୍ରଦାନ କରୁଛନ୍ତି। ସେହି ହିସାବରେ ସେମାନେ ୫୨୯ ଟଙ୍କାରେ ପାଉଛନ୍ତି ଏଲପିଜି ସିଲିଣ୍ଡର। ତେବେ ଏହି ଯୋଜନାରେ ହିତାଧିକାରୀ ମାନେ ଆସନ୍ତା ୮ ମାସ ପାଇଁ ଏଲପିଜି ସିଲିଣ୍ଡରରେ ମାସିକ ୩୦୦ ଟଙ୍କା ସବସିଡି ପାଇବେ। 
ବନ୍ଧୁଗଣ ଯାହାର ଅର୍ଥ ହେଉଛି ୮ ମାସ ଯାଏଁ ମୋଟ ୨୪୦୦ ଶହଟଙ୍କା ଆକାଉଣ୍ଟରେ ଜମା ହେବ। ହିତାଧିକାରୀଙ୍କୁ ୧୨ଟି ୱିଲଫିଲ୍ଡ ଯୋଗାଇ ଦିଆଯାଉଛି। ଆଉ ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ୧୪ କିଲିଆ ସିଲିଣ୍ଡର ଉପରେ ମାତ୍ର ୩୦୦ ଟଙ୍କା ଦେଉଛନ୍ତି ସବସିଡି। ୨୦୧୬ରେ କେନ୍ଦ୍ର ସରକାର ବିପିଏଲ ପରିବାର ପାଇଁ ଉଜ୍ଜଳା ଯୋଜନା ଆରମ୍ଭ କରିଥିଲେ। ଯେଉଁଥିରେ ହିତାଧିକାରୀଙ୍କ ସଂଖ୍ୟା ଥିଲା ପ୍ରାୟ ୧୦ କୋଟି। 
ବର୍ତ୍ତମାନ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୯ କୋଟିରୁ ବି ଅଧିକ ଅଟେ। ଏହି ଯୋଜନା ଅଧୀନରେ ସରକାର ପ୍ରାୟ ୭୫ ଲକ୍ଷ ନୂତନ ସଂଯୋଗ ଯୋଗାଇବାକୁ ଯୋଜନା କରିଛନ୍ତି। ଏଥିସହିତ ହିତାଧୀକାରୀଙ୍କ ସଂଖ୍ୟା ପ୍ରାୟ ୧୦ କୋଟିରେ ପହଞ୍ଚି ପାରେ। ତେବେ ଏହି ଯୋଜନାର ଉଦେଶ୍ୟ ହେଇଛି ମହିଳା ମାନଙ୍କ ସ୍ବାସ୍ଥ୍ୟକୁ ସାମ୍ନାରେ ରଖିବା ଓ ଗରିବ ପରିବାରକୁ ସ୍ୱଚ୍ଛ ରନ୍ଧନକୁ ଆଣିବା ପାଇଁ।