ଆସିଲା ପ୍ରବଳ ବର୍ଷା ସାବଧାନ ରୁହ ଏହିସବୁ ଜିଲ୍ଲା ମାଡ଼ି ଆସିବ ପ୍ରାଣୀ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ସୃଷ୍ଟି ହେଲାଣି ସାଇକ୍ଲୋନିକ୍ ସର୍କୁଲେସନ। ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଦେଖାଯିବ। ରାତିରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା। ଆସନ୍ତା ୪ ଦିନ ପାଇଁ ଜାରି ହେଇଛି ୱାରିଂ। ବଙ୍ଗୋପସାଗରରେ ସୃଷ୍ଟି ହେଇଛି ଲଘୁଚାପ କ୍ଷେତ୍ର। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ତତ୍ ସଂଲଗ୍ନ ବାଂଲାଦେଶ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇଛି। 
ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଝାଡ଼ଖଣ୍ଡ ମଧ୍ୟ ଦେଇ ଆଗାମୀ ଦୁଇରୁ ତିନିଦିନ ପର୍ଯ୍ୟନ୍ତ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ। ତେବେ ଆଜି ରାଜ୍ୟର ୧୨ଟି ଜିଲ୍ଲାକୁ ୟେଲୋ ୱାରିଂ ଜାରି ହେଇଛି। ଆଉ ସେହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ଵର ଏବଂ ଭଦ୍ରକ ଏହି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। 
ସେଥିପାଇଁ ଜାରି ହେଇଛି ୟେଲୋ ୱାରିଂ। ୧୭ ତାରିଖରେ ୭ ଜିଲ୍ଲାକୁ ୟେଲୋ ୱାରିଂ ଜାରି ହେଇଛି। ତେବେ ଆସନ୍ତା ୨୦ ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଇଥିବା ବେଳେ ମୟୂରଭଞ୍ଜ କଟିପଡ଼ାରେ ସର୍ବାଧିକ ୭୨ ମିଲି ମିଟର ବର୍ଷା ରେକର୍ଡ ହେଇଛି। 
ଏହାକୁ ବାଦ ଦେଲେ ପଶ୍ଚିମଉପକୂଳରେ ସୃଷ୍ଟି ହେଇଥିବା ସାଇକ୍ଲୋନିକ୍ ସର୍କୁଲେସନ। ଏବଂ ସାଉଥ୍ ୱେଷ୍ଟ ମନସୁନ ଏବେ ଝାରଖଣ୍ଡରେ ରହିଛି ପୁରା ସକ୍ରିୟ। ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି। ଆଜି କିଛି ସ୍ଥାନରେ ବର୍ଷା ଦେଖିବାକୁ ମିଳିପାରେ। ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି କୁହାଯାଉଛି। ଏନେଇ ୱାରିଂ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର।