ମୟୂର ମାଂସ ଖାଇଥିଲେ ଏବେ ଜେଲ୍ ଗଲେ ଦେଖନ୍ତୁ ଆସିଲା ସାଙ୍ଘାତିକ ଘଟଣା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଜାଣିଥିବେ ଆମର ଜାତୀୟ ପକ୍ଷୀ ହେଉଛି ମୟୂର। କିନ୍ତୁ ଏବେ ତାକୁ ମାରି ତାର ମାଂସକୁ ରୋଷେଇ କରି ପାର୍ଟିର ମଜା ନେଉଥିଲି ଜଣେ ୟୁଟ୍ୟୁବର୍। ବ୍ୟକ୍ତି ଜଣଙ୍କ ଭାବିଥିଲେ କି ଏହି ଭିଡିଓରୁ ତାଙ୍କୁ ମିଳିବ ଲକ୍ଷ ଲକ୍ଷ ଭିୟୁ ଆଉ ସେ ରାତାରାତି ଫେମୋସ ହେଇଯିବେ। ଏବଂ ତାହା ମଧ୍ୟ ସତ ହେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିବାଦରେ ଛନ୍ଦି ହେଇଥିଲେ ୟୁଟ୍ୟୁବର୍ ଜଣଙ୍କ। ନିଜ ଫୋଲର୍ସ ବଢେଇବା ପାଇଁ କିଛି ୟୁଟ୍ୟୁବର୍ ମାନେ ଏଭଳି କିଛି ଅଜବ ଜିନିଷ ସୋସିଆଲ ମିଡିଆରେ କରୁଛନ୍ତି। ଫେମୋସ୍ ହେବା ପାଇଁ ସେମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ହେଇଯାଉଛନ୍ତି। ଯାହାର ଅନେକ ଭିଡିଓ ଇଣ୍ଟ୍ରନେଟ ପ୍ଲାଟଫର୍ମରେ ଦେଖିଥିବେ। ଏହାର ପରିଣତି ବିଷୟରେ ସେମାନେ ଚିନ୍ତା କରନ୍ତି ନାହିଁ। 
ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏମିତି ଭାବରେ ଜଣେ ୟୁଟ୍ୟୁବର୍ ତେଲେଙ୍ଗାନାର ପ୍ରଣୟ କୁମାର ନିଜ ୟୁଟ୍ୟୁବର୍ ଚ୍ୟାନେଲରେ ମୟୂର ତରକାରୀ ଭିଡିଓ ପକାଇ ଏବେ ବନ୍ଧା ହେଇଛନ୍ତି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାଇ ସଂରକ୍ଷିତ ପ୍ରଜାତି ତଥା ଜାତୀୟ ପକ୍ଷୀ ମୟୂରଙ୍କୁ ମାରିଛନ୍ତି ପ୍ରଣୟ। ଖାଲି ସେତିକି ନୁହେଁ ତେଲ ମସଲା ଦେଇ ରାନ୍ଧି ଖାଇଛନ୍ତି ମଧ୍ୟ। ତେବେ ପ୍ରଣୟଙ୍କ ଗୋଟେ ୟୁଟ୍ୟୁବର୍ ଚ୍ୟାନେଲ ରହିଛି ଯେଉଁଥିରେ ସେ ବିଭିନ୍ନ ରୋଷେଇର ଭିଡିଓ ଅପଲୋଡ଼ କରନ୍ତି। 
କିଛିଦିନ ତଳେ ପ୍ରଣୟ ମୟୂର ତରକାରୀ ଭିଡ଼ିଓ ନିଜ ଚ୍ୟାନେଲରେ ଅପଲୋଡ କରିଥିଲେ। ଯାହାର ଟାଇଟେଲ ରହିଥିଲା ଟ୍ରାଡିସନାଲ ପିକପ୍ କରି ରେସିପି। ଆଉ ଦେଖୁ ଦେଖୁ ସେହି ଭିଡିଓଟି ମଧ୍ୟ ଭାଇରାଲ ହେଇଯାଇଥିଲା। ୟୁଜର ଏହାକୁ ନିନ୍ଦା କରିବା ସହିତ ପ୍ରଣୟକୁ ଗିରଫ କରିବା ପାଇଁ ସୋସିଆଲ ମିଡିଆରେ ଦାବି କରିଥିଲେ। ଏହାପରେ ଖବର ଯାଇ ପହଞ୍ଚିଥିଲା ବନ ବିଭାଗ ପାଖରେ। ତେଣୁ ଅବୈଧ ବନ୍ୟଜନ୍ତୁ ଶୀକାର କରି ଖାଇବ ଅଭିଯୋଗରେ ବନ ବିଭାଗ ପ୍ରଣୟକୁ ଗିରଫ କରିଛି। ଏଥିସହିତ ପୋଲିସ ପ୍ରଣୟ ଯେଉଁ ସ୍ଥାନରେ ମୟୂର ତରକାରୀ ପ୍ରସ୍ତୁତ କରିଥିଲେ ସେ ସ୍ଥାନକୁ ମଧ୍ୟ କରିଛି ତଦନ୍ତ। 
ସେଠାରୁ ରକ୍ତ ଛିଟା ଓ ବିଭିନ୍ନ ସାମ୍ପୁଲ ସଂଗ୍ରହ କରି ବନ ବିଭାଗ କ୍ଲାମପକୁ ପଠାଇଛି। ଏଥିସହିତ ବଳିଥିବା ତରକାରିର ସାମ୍ପୁଲକୁ ମଧ୍ୟ ପଠା ଯାଇଛି। ତେବେ ପୋଲିସକୁ ପ୍ରଣୟ କହିଛି ଯେ, ନିଜର ଫୋଲର୍ସ ଓ ଫେମସ୍ ହେବା ପାଇଁ ସେ ଏମିତି କାମ କରିଥିଲେ। ଏହାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାଇ ପ୍ରଣୟଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହେଇଛି। କାରଣ ଏହି ଭିଡିଓଟି ବନ୍ୟଜନ୍ତୁ ସୁରକ୍ଷା ନିୟମକୁ ମଧ୍ୟ ଉଲଘଂନ କରିଛି।