ଘରେ ବସି ନିଜେ ମହିଳାମାନେ ଜାଣି ପାରିବେ ସୁଭଦ୍ରା ଫର୍ମ ଷ୍ଟାଟସ୍ ଦେଖନ୍ତୁ କେମିତି

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏଭଳି କିଛି ଖବର ବିଷୟରେ ସୂଚନା ପାଇପାରିବେ ଯାହା ସୁଭଦ୍ରା ଯୋଜନାକୁ ନେଇ ଆସିଛି । ସୁଭଦ୍ରା ଯୋଜନା ବିଷୟରେ ଆସୁଥିବା ଖବର ତ ଆପଣମାନେ ପାଇ ପାରୁଛନ୍ତି । ସୁଭଦ୍ରା ଯୋଜନା ସରକାରଙ୍କ ନୂଆ ଯୋଜନା । ଏହି ଯୋଜନା ମାଧ୍ୟମରେ ମହିଳାମାନେ ଉପକୃତ ହୋଇପାରିବେ ବୋଲି ସୂଚନା ମିଳିଛି । ମହିଳାମାନଙ୍କ ପାଇଁ ଏବେ ସରକାର ଏହି ଯୋଜନା କରିଛନ୍ତି ।
ଏବେ ଏହି ସୁଭଦ୍ରା ଯୋଜନାରେ ୯୮ ଲକ୍ଷରୁ ଅଧିକ ହିତାଧିକାରୀ ଆବେଦନ କରି ସାରିଲେଣି । ଏବେ ଖବର ଆସିଛି କିଛି ଅଲଗା । ଯେଉଁମାନେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇ ଯାଇଛନ୍ତି ସେମାନେ ବହୁତ ଖୁସି ଅଛନ୍ତି କିନ୍ତୁ ଯେଉଁମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆସିନାହିଁ ସେମାନେ ଚିନ୍ତାରେ ରହିଥିବା ବେଳେ ଅନେକ କଥା ସାମ୍ନାକୁ ଆସୁଛି । ପ୍ରଥମ କିସ୍ତି ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଆସିଥିଲା । ଆଉ ଏବେ ପୁଣି ଖବର ଆସିଛି ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ଅକ୍ଟୋବର ୯ ତାରିଖରେ ଦିଆଯିବ । 
ଆଉ କିଛିଦିନ ତଳେ ଖବର ଆସିଥିଲା କି ୨ ହଜାର ହିତାଧିକାରୀଙ୍କ ଆବେଦନ ଖାରଜ କରାଯାଇଛି । ଏବେ ଏହି କଥା ମଧ୍ଯ ମହିଳାମାନେ ଚିନ୍ତା କରୁଛନ୍ତି । ଏବେ ଖବର ଆସିଛି କି ଯେଉଁମାନେ ସୁଭଦ୍ରା ଯୋଜନା ଆବେଦନ କରିବାକୁ ନେଇ କିଛି ଜାଣିବାକୁ ଚାହୁଁଛନ୍ତି ସେମାନେ ଜାଣିପାରିବେ । ଅନେକ ଲୋକ ଏବେ ଦ୍ବନ୍ଦରେ ଅଛନ୍ତି କି ତାଙ୍କ ଫର୍ମ ପେଣ୍ଡିଂ ଅଛି, ଗ୍ରହଣ କରାଯାଇଛି କି ନାହିଁ, ନା ରିଜେକ୍ଟ ହୋଇଛି । ପୂର୍ବରୁ ସୁଭଦ୍ରା ଯୋଜନାର ଅଧିକାରୀ ଲଗ୍ ଇନରେ ତିନୋଟି ଅପ୍ସନ୍ ଆସୁଥିଲା ।
ଆଉ ଏବେ ଚାରୋଟି ଅପ୍ସନ୍ ଆସିଛି । ହେଲ୍ପ ଲାଇନ୍ ଲଗ୍ ଇନ୍ ନାମକ ଅପ୍ସନ୍ ଆସିଛି । ଆଉ ଏହି ଅପ୍ସନ୍ ଦ୍ଵାରା ଆପଣମାନେ ଜାଣିପାରିବେ ଆପଣଙ୍କ ଫର୍ମ ପେଣ୍ଡିଂ ଅଛି, ନା ଗ୍ରହଣ କରାଯାଇଛି କି ନାହିଁ, ନା ରିଜେକ୍ଟ ହୋଇଯାଇଛି । ଏହି ଅପ୍ସନ୍ ଦ୍ଵାରା ଏବେ ହିତାଧିକାରୀ ଅନେକ କିଛି ବିଷୟରେ ଜାଣିପାରିବେ । ଏବେ ଏହି ଅପ୍ସନ୍ ଦ୍ଵାରା ହିତାଧିକାରୀ ତାଙ୍କ ଫର୍ମ ବିଷୟରେ ଜାଣିପାରିବେ । ତାଙ୍କ ଫର୍ମ ବିଷୟରେ ସେମାନେ ଜାଣି ଏହାର ସମାଧାନ କରିପାରିବେ । ଆଜି ଠାରୁ ଏହି ଅପ୍ସନ୍ ଆସିଛି ବୋଲି ସୂଚନା ମିଳିଛି ।