ଏବେଠାରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାରେ କାଚିବ ବର୍ଷା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପାଣିପାଗକୁ ନେଇ ଆସିଛି କିଛି ଖବର । ଆଜି ଆଉ ହେବନି ଗରମ କି ତାତି । ଠିକ୍ ଅପରାହ୍ନ ସମୟରେ ନିର୍ଦ୍ଧୁମ ଛେଚିବ ବର୍ଷା । ତୁହା କୁ ତୁହା ବିଜୁଳି ଘଡଘଡିରେ ଥରିବ ପୁରା ଅଞ୍ଚଳ । ଆଗୁଆ କିଛି ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ନାଁ କୁ ଆସିଲା ମୌସୁମୀ କିନ୍ତୁ ଏବେ ବର୍ଷା ହେବ ବୋଲି ଆସିଛି ଖବର ।
ମୌସୁମୀ ଆସିଲା କିନ୍ତୁ ଏହା ପହଞ୍ଚି ପାରୁନି ଆଉ ଅଧା ବାଟରେ ଅଣ୍ଠେଇଛି ମୌସୁମୀ । ଆଉ ଆଗକୁ ବଢ଼ିବାକୁ ନାଁ ଧରୁନି । ଏପଟେ ଗ୍ରୀଷ୍ମର ପ୍ରଭାବ କମିବା ନାଁ ଧରୁନି । ପଶ୍ଚିମ ଉପକୂଳରେ ଗ୍ରୀଷ୍ମର ପ୍ରଭାବ ବହୁତ ଦେଖିବାକୁ ମିଳିଛି । ଏବେ ଜୀବଜଗତ ଏହି ଗ୍ରୀଷ୍ମ ପ୍ରଭାବରେ ହନ୍ତସନ୍ତ ହୋଇ ପଡ଼ିଥିଲେ । ସେମାନେ ତ୍ରାହି ତ୍ରାହି ଡାକ ଦେଉଛନ୍ତି । ଆଉ ରାଜ୍ୟ ପୁରା ଜଳିବ ଆଉ ଲୋକମାନେ ଏଥିରୁ ମୁକ୍ତି ପାଇପାରିବେ ନାହିଁ । ଏବେ ପାଣିପାଗ ବଦଳିବାକୁ ଲାଗିଲାଣି ।
ପୁରା ରାଜ୍ୟରେ ବର୍ଷା ହୋଇପାରେ ବୋଲି ସମ୍ଭାବନା ଅଛି । ପୁରା ରାଜ୍ୟରେ ନହେଲେ ନାହିଁ ଚାରୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଏବେ ଖବର ଆସିଛି । ଏବେ ପବନ ବହିବାରେ ଲାଗିଲାଣି । ଆଉ ମୌସୁମୀର ପ୍ରଭାବ ଦେଖିବାକୁ ଲାଗିଲାଣି । ସକାଳୁ ସକାଳୁ ପାଗ ମେଘୁଆ ରହିଥିବା ବେଳେ ଥଣ୍ଡା ଥଣ୍ଡା ପବନ ବହୁଛି । ସବୁଦିନେ ସକାଳୁ ପ୍ରବଳ ଖରା ଅନୁଭୂତ ହୋଇଥାଏ । ଆଉ ଆଜି ଏତେ ଖରା ଦେଖିବାକୁ ମିଳୁନାହିଁ । ଏବେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଜି ସକାଳୁ ସକାଳୁ ଖରା କୁଆଡେ ଲୁଚି ଯାଇଛି । ଧୀରେ ଧୀରେ ଆକାଶର ରଙ୍ଗ ପରିବର୍ତ୍ତନ ହେଉଥିବା ବେଳେ କିଛି ଜିଲ୍ଲାରେ ବର୍ଷା ହୋଇପାରେ । ବର୍ଷାକୁ ନେଇ ଏବେ ଲୋକମାନେ ଚାତକ ଭଳି ଚାହିଁ ରହିଛନ୍ତି । ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ବା ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଏହି ୪ ଜିଲ୍ଲାକୁ ସତର୍କ କରାଯାଇଛି । ଏବେ ଏହି ଜିଲ୍ଲାରେ ବର୍ଷା ହେବ କି ନାହିଁ ତାହା ଜଣାପଡ଼ି ନାହିଁ । ଏବେ ଏହି ଖବର ସାମ୍ନାକୁ ଆସିଛି ।