ଏହି କାରଣ ପାଇଁ ବିଜେଡି ଖୋଜୁନି ପରାଜୟର କାରଣ ଦେଖନ୍ତୁ ଆସିଲା ବଡ଼ ଖବର

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦୀର୍ଘ ୨୪ ବର୍ଷ କାଳ ରାଜ୍ୟରେ ଶାସନ କରୁଥିବା ବିଜେଡି ଆଜି ପରାଜୟ ହେଇଛି। ଉଭୟ ଲୋକ ସଭା ଓ ବିଧାନ ସଭା ନିର୍ବାଚନରେ ବଡ଼ ବିପର୍ଯ୍ୟୟର ସାମ୍ନା କରୁଛି ବିଜୁ ଜନତା ଦଳ। ଶୋଚନୀୟ ପରାଜୟର ଦୁଇ ସପ୍ତାହ ବିତିଗଲାଣି ହେଲେ ପରାଜୟର ସମୀକ୍ଷା କରିପାରୁନି ବିଜେଡି। ବିଜେଡି ସୁପ୍ରିମଙ୍କୁ ଦଳର ବରିଷ୍ଠଙ୍କ ଠାରୁ ଯୁବ ନେତା ସମସ୍ତେ ସାକ୍ଷାତ କରୁଛନ୍ତି। ତେଣୁ ନବୀନ ନିବାସରେ ସବୁବେଳେ ଗହଳି ଲାଗି ରହୁଛି।ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି ନେତା କହିଥିଲେ କି ଦଳ ପରାଜୟର କାରଣ ଖୋଜିବ। 
ଏବଂ ଏଥିପାଇଁ ଏକ କମିଟି ଗଠନ କରାଯିବ।ହେଲେ ଏପର୍ଯ୍ୟନ୍ତ କମିଟି ଗଠନ କରାଯାଇ ନାହିଁ। ଏବଂ ହରିବାର କାରଣ ଖୋଜୁ ନାହିଁ ଦଳ। ଯାହାକୁ ନେଇ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି। ରାଜନୈତିକ ମହଲରେ ବି ଏନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ଚାଲିଛି। ଏହି ଘଟଣାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। ହେଲେ ବିଜେଡ଼ି ପରାଜୟ ପଛର ଅନେକ କାରଣ ମଧ୍ୟରୁ ପାଣ୍ଡିଆନ ପ୍ରସଙ୍ଗ ବଡ କାରଣ ବୋଲି ରାଜନୈତିକ ମାହଲରେ ଚର୍ଚ୍ଚା ହେଉଛି। 
ରାଜନୀତି ସମୀକ୍ଷାଙ୍କ ମତରେ ପରାଜୟ ସମୀକ୍ଷା କଲେ ସବୁ ଦୋଷ ନବୀନଙ୍କ ପାଖେ ପାଖେ ରହି ଦଳକୁ ନିୟନ୍ତ୍ରଣ କରୁଥିବା ଭିକେ ପାଣ୍ଡିଆନଙ୍କ ଆଡ଼କୁ ଆସିପାରେ। ତେଣୁ ସେଥିପାଇଁ ବିଜେଡ଼ି ସୁପ୍ରିମ ଜାଣିଶୁଣି ପରାଜୟର କାରଣ ଖୋଜିବାରେ ବିଳମ୍ବ କରିଛନ୍ତି ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ବିଜେଡି ବିଧାୟକ ଦଳ ବୈଠକରେ ଆଠଗଡ଼ ରାଜା ସ୍ୱାଇଁ ଦଳର ବିପର୍ଯ୍ୟୟର ସମୀକ୍ଷା କରିବାକୁ କହିଥିଲେ। 
ସାରା ଦେଶରେ ବିଜେପି ଖରାପ ପ୍ରଦର୍ଶନ କରିବା ସତ୍ତ୍ବେ ଓଡ଼ିଶାରେ କିନ୍ତୁ ସଫଳତା ପାଇଛି। ୨୦୧୪ ଓ ୨୦୧୯ରେ ସମଗ୍ର ଦେଶରେ ମୋଦୀ ଲହର ଥିବା ସତ୍ବେ ଓଡ଼ିଶାରେ କିନ୍ତୁ ବିଜେଡ଼ିକୁ ପ୍ରଚୁର ଜନ ସମର୍ଥନ ମିଳିଥିଲା। କାରଣ ଏବେ ମଧ୍ୟ ନବୀନଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ଓ ସମର୍ଥନ ରହିଛି। ତେବେ ବିଜେଡି ମୁଖିଆ କେବେ ଦଳର ପରାଜୟ ଖୋଜିବେ ଏବଂ ଏଥିପାଇଁ କେବେ କମିଟି ଗଠନ କରାଯିବ ତାକୁ ଅପେକ୍ଷା କରିଛନ୍ତି ଦଳର ଅନେକ ନେତା, କର୍ମୀ ଓ ସମର୍ଥକ।