ସମସ୍ତେ ଭାବିଲେ ପାଣ୍ଡିଆନ ବାବୁ ମୁଖ୍ୟମନ୍ତ୍ରୀ ହେବେ ସେଥିପାଇଁ କେହି ବିଜେଡ଼ିକୁ ଭୋଟ ଦେଲେନି !!

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ରାଜନୀତି ବିଷୟରେ କିଛି କଥା ଜାଣିପାରିବେ । ଏବେ ଲୋକମାନେ ନୂଆ ସରକାର ଆସିବା ପରେ ଅନେକ କଥା ଭାବୁଛନ୍ତି । ଆମ ଓଡ଼ିଶାକୁ ୨୫ ବର୍ଷ ହେଲା ବିଜେଡି ସରକାର ଶାସନ କରୁଥିଲେ । ଆଉ ଯେତେବେଳେ ବିଜେପି ଦଳ ଆସିଲା ମନ ଦୁର୍ବଳ ହୋଇ ଯାଇଥିଲା ।
ଜଣେ ଯୁବତୀ ଏନେଇ ଅନେକ କଥା କହିଛନ୍ତି । ସେ କହିଛନ୍ତି, ସେ ୧୦ ବର୍ଷ ହେଲା ବିଜେଡି ସହିତ ଥିଲେ । ଆଉ ଏହି ନୂଆ ସରକାରଙ୍କୁ ସେ ଗ୍ରହଣ କରି ପାରୁନାହାନ୍ତି । ହଠାତ୍ ଏଭଳି ପରିବର୍ତ୍ତନକୁ ନେଇ କେହିବି ସହଜରେ ଗ୍ରହଣ କରି ପାରୁନାହାନ୍ତି । ଓଡ଼ିଶାରେ ୮୦ ପ୍ରତିଶତ ଗାଁ ଅଛି । ଆଉ ଗାଁର ବିକାଶ ନହେଲେ ରାଜନୀତିରେ ହାରିବା ଏକ ସାଧାରଣ କଥା । ଯେଉଁମାନେ ନିଜକୁ ନେତା ବୋଲି କହୁଛନ୍ତି ସେମାନେ ଅନେକ ପୋଷ୍ଟ କରୁଛନ୍ତି । ଭି କେ ପାଣ୍ଡିଆନ ଅନେକ ବିକାଶ କରିଛନ୍ତି ଆଉ ସେ ଉନ୍ନତି କରିବା ସହ ଅବନତି ବି କରିଛନ୍ତି ।
ଆମ ନବୀନ ପଟ୍ଟନାୟକ ସବୁକିଛି କରିଥିଲେ । ସେ ଅନେକ ଶିକ୍ଷା କରିଛନ୍ତି । ସେ ସବୁ ପ୍ରକାରର ଭାଷା ଜାଣିଥିଲେ । କୁହାଯାଉଛି କି ଭି କେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କୁ କଣ୍ଟ୍ରୋଲ କରନ୍ତି କିନ୍ତୁ ଏହା ମିଥ୍ୟା ଅଟେ । ଏହି ଯୁବତୀ ଜଣକ କର୍ମୀ ହିସାବରେ ନିଜେ ଯାଇଥିଲେ ନବୀନ ପଟ୍ଟନାୟକ ସାରଙ୍କ ପାଖକୁ । ଭି କେ ପାଣ୍ଡିଆନଙ୍କ ନାଁକୁ ନେଇ ଅନେକ କଥା ଆସୁଛି । ଆଉ ସେ ଅନେକ କିଛି କରିବା ପରେ ମଧ୍ଯ ତାଙ୍କ ନାଁରେ ଏଭଳି ଆସୁଛି । ଏବେ ସେ ଆଉ ସାମ୍ନାକୁ ନ ଆସନ୍ତୁ ବୋଲି ଲୋକମାନେ ଚାହୁଁଛନ୍ତି । ନବୀନ ସରକାର କେବେବି ବିରୋଧୀ ଦଳର ନେତା ନୁହଁନ୍ତି । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଉ ସେ ଲୋକମାନଙ୍କୁ ବହୁତ ଭଲ ପାଆନ୍ତି । 
ଭି କେ ପାଣ୍ଡିଆନଙ୍କ ପାଇଁ ବିଜେଡି ଦଳ ହାରି ଯାଇଛି ବୋଲି ଲୋକଙ୍କ ମନରେ କଥା ଆସିବା ସହ ଅନେକ ଲୋକ ଏହାକୁ ବିଶ୍ବାସ କରୁଛନ୍ତି । ଅନେକ ଲୋକ କହୁଛନ୍ତି ଭି କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଲୋକମାନେ ବିଜେଡି ଦଳକୁ ଭୋଟ ଦେଲେ ନାହିଁ । ଏଭଳି ଅନେକ ନେତା ବିଜେଡି ଦଳରୁ ବିଜେପି ଦଳକୁ ପଳାଇ ଯାଇଛନ୍ତି । ଏହାସହ ବିଧାୟକ ବବି ଦାସଙ୍କୁ ନେଇ ଅନେକ କଥା କହିଛନ୍ତି । ଅନେକ ବିଜେପି ଦଳର ନେତା ମଧ୍ଯ ଏଭଳି ଅନେକ ଇଲଗାଲ୍ କାମ କରନ୍ତି କିନ୍ତୁ ତାଙ୍କ ଦଳ ଏବେ ଶାସନ ସମ୍ଭାଳୁଛି ଆଉ ତାଙ୍କର ତଦନ୍ତ ହେବ ନାହିଁ । ଏଭଳି ଅନେକ କଥା ଏହି ଯୁବତୀ ଜଣକ କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।