ଦେଖନ୍ତୁ ନାହିଁ କୌଣସି ଶତ୍ରୁତା ନବୀନଙ୍କ ହାତ ଧରିଲେ ମୁଖ୍ୟମନ୍ତ୍ରୀ ମୋହନ ବାବୁ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ରାଜନୀତିକୁ ନେଇ ସବୁ ଖବର ଆସୁଛି । ରାଜନୀତିକୁ ନେଇ ଆସୁଥିବା ଖବର ଲୋକମାନେ ଜାଣି ପାରୁଛନ୍ତି । ଏବେ ଓଡ଼ିଶାରେ ବିଜେପି ଶାସନ ଆରମ୍ଭ ହୋଇଛି । ଆଉ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ବିଜେପି ଦଳର ନେତା ମୋହନ ମାଝୀ ହୋଇଛନ୍ତି । ଶ୍ରୀଯୁକ୍ତ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।
ସେହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ତାଙ୍କୁ ନିମନ୍ତ୍ରଣ ଦେଇ ଡକା ଯାଇଥିଲା ଆଉ ସେ ନିମନ୍ତ୍ରଣ ରକ୍ଷା କରି ସେଠାରେ ପହଞ୍ଚିଥିଲେ । ସେଠାରେ ସେ ହସି ହସି ମୋହନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଉ ତାଙ୍କ ହାତ ଧରି କହିଲେ ଏମିତି କିଛି । ନବୀନଙ୍କୁ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେବା ପରେ ସେ ସେଠାକୁ ଯିବେ ବୋଲି କହିଥିଲେ । ଓଡ଼ିଶାରେ ୨୪ ବର୍ଷ ବିଜେଡି ସରକାର ଥିଲା । 
ଆଉ ଏବେ ବିଜେପି ସରକାର ଶାସନ କରୁଛି । ୨୪ ବର୍ଷର ସରକାରକୁ ଭାଙ୍ଗି ଦେଇଥିଲା ବିଜେପି । ଏହାପରେ ମଧ୍ଯ ନବୀନଙ୍କ ମୁହଁରେ ହସ ଅଛି । ସେ ଦୁଃଖରେ ଭାଙ୍ଗି ପଡ଼ି ନାହାଁନ୍ତି । ତାଙ୍କ ମନରେ ଟିକେ ବି ଦୁଃଖର ଝଲକ ନାହିଁ । ସେ ବିଜୟକୁ ହସ ହସ ମୁହଁରେ ଗ୍ରହଣ କରିଥିଲେ ଆଉ ଏବେ ପରାଜୟକୁ ହସ ହସ ମୁହଁରେ ଗ୍ରହଣ କରିଛନ୍ତି । କାରଣ ନବୀନ ଜାଣି ସାରିଛନ୍ତି ରାଜନୀତିରେ ଏମିତି ହୁଏ ବୋଲି । ଗଣତନ୍ତ୍ରର ଏହା ହେଉଛି ଏକ ପ୍ରକ୍ରିୟା । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ହାତ ଧରି ମନ୍ତ୍ରୀ ପଦ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । 
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ ନୂତନ ମୁଖ୍ୟମନ୍ତ୍ରୀ । ଆଉ ତାଙ୍କୁ ସେ ନିମନ୍ତ୍ରଣ ଦେଇଥିଲେ । ଆଉ ସେ ନିମନ୍ତ୍ରଣ ରକ୍ଷା କରି କିଛି କଥା କହିଥିଲେ । ସେ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଥିବା ମୋହନ ମାଝୀଙ୍କ ନିମନ୍ତ୍ରଣ ସେ ସ୍ୱୀକାର କରିଲେ । ଆଉ ସେ ତାଙ୍କୁ ଶୁଭେଚ୍ଛା ଜଣାଇଲେ । ସେ ଓଡ଼ିଶାବାସୀଙ୍କ ସେବା ତାଙ୍କ ନେତୃତ୍ୱ, ଆଉ ଦୃଢ଼ତା ସହ କରିବେ ବୋଲି କହିଛନ୍ତି । ପୂର୍ବରୁ ସନ୍ଦେହ ଥିଲା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ଯୋଗ ଦେବେ କି ନାହିଁ କିନ୍ତୁ ଏହା ଏବେ ଜଣାପଡିଛି । ସେ ଶପଥ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।