ରଥଯାତ୍ରା ପରେ କଣ ହୁଏ ଏହି ରଥ ? ଜାଣନ୍ତୁ ଏହାର ପ୍ରକୃତ ସତ ଏହା ସବୁ ହୁଏ ରଥ କାଠ ସହ !!

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମ୍ପର୍କରେ ତ ଜାଣିଥିବେ । ଯାହା ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ପଡ଼ିଥାଏ।
ଏହିଦିନ ପ୍ରଭୁ ତାଙ୍କ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ଧରି ସାଥିରେ ନେଇ ମାଉସୀ ଘର ବୁଲିବାକୁ ଯାଇଥାନ୍ତି । ଏହି କଥା ତ ସମସ୍ତେ ଜାଣିଥିବେ । 
ଏହି ପର୍ବକୁ ଧୁମଧାମରେ ପାଳନ କରାଯାଏ । ଆଉ ଏହି ପର୍ବକୁ ନେଇ ଅନେକ ଖବର ବି ଆପଣମାନେ ଜାଣିଥିବେ । ଆପଣମାନେ ସମସ୍ତେ ଜାଣିଛନ୍ତି କି ରଥଯାତ୍ରା ପରେ ଏହି ରଥଗୁଡ଼ିକର କଣ ହୁଏ । ବହୁତ ପୁରାତନ କାଳରୁ ରଥଯାତ୍ରା ପାଳନ କରାଯାଉଛି ।
ଆଉ ପ୍ରତିବର୍ଷ ଏହି ରଥ ନୂଆ ନିର୍ମାଣ କରାଯାଇଥାଏ । ତେବେ ପ୍ରଶ୍ନ ଆସୁଛି କି ଏତେ ସାରା ରଥ କେଉଁଠି ରହୁଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହୁସବୁ ରହସ୍ୟ ବିଷୟରେ ଜାଣିପାରିବେ । ଅକ୍ଷୟତୃତୀୟା ଠାରୁ ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । 
ଆଉ ଏହି ରଥ ଗୁଡ଼ିକର ନିର୍ମାଣ ରାଜାଙ୍କ ଘର ସାମ୍ନାରେ କର ଯାଇଥାଏ । ଏହି ରଥ ଗୁଡ଼ିକର ନିର୍ମାଣ କରିବା ପାଇଁ ୧୪୦୦ କାରିଗର ନିଯୁକ୍ତ ହୋଇଥାନ୍ତି । ପ୍ରାୟ ଦୁଇମାସ ପରେ ଏହି ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥାଏ ।
ରଥ ନିର୍ମାଣ ପରେ ତିନି ଠାକୁର ରଥରେ ବସି ଭକ୍ତଙ୍କ ସହିତ ଗୁଣ୍ଡିଚା ରାଣୀ ଅର୍ଥାତ୍ ତାଙ୍କ ମାଉସୀଙ୍କ ଘରକୁ ଯାଇଥାନ୍ତି । ଏହି ଗୁଣ୍ଡିଚା ରାଣୀ ହେଉଛନ୍ତି ଶ୍ରୀମନ୍ଦିର ନିର୍ମାଣ କରିଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ ।
ମାଉସୀ ମାଙ୍କ ମନ୍ଦିରରେ ତିନି ଠାକୁର ୯ ଦିନ ରହିଥାନ୍ତି । ଆଉ ବାହୁଡ଼ା ଯାତ୍ରା ଦିନ ସେ ପୋଡ ପିଠା ଖାଇ ଶ୍ରୀମନ୍ଦିରକୁ ଫେରି ଯାଇଥାନ୍ତି । 
ଏହି ବାହୁଡ଼ା ଯାତ୍ରା ପରେ ଶ୍ରୀ ମନ୍ଦିରରେ ନିଳାନ୍ଦ୍ରି ବିଜେ ପର୍ବ ଅନୁଷ୍ଠିତ ହୋଇଥାଏ । ଆଉ ଶ୍ରାବଣ ମାସର ଆରମ୍ଭରେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଥାଏ । ୧୦ ରୁ ୧୫ ଜଣ ଭୋଇ ସେବକ ଏଥିରେ ନିୟୋଜିତ ହୋଇଥାନ୍ତି ।
ପ୍ରଥମେ ସୁଭଦ୍ରାଙ୍କ ରଥ, ଆଉ ତାପରେ ବଳଭଦ୍ରଙ୍କ ରଥ ଆଉ ତାପରେ ପ୍ରଭୁ ଜଗନ୍ନାଥଙ୍କ ରଥକୁ ଭଙ୍ଗା ଯାଇଥାଏ । ପ୍ରଥମେ ରଥର ଦଧୀନଉତି ଆଉ କ୍ରମାନୁସାରେ ସବୁ ଭଙ୍ଗା ଯାଇଥାଏ ।
ଆଉ ଏହି କାଠ ଶ୍ରୀମନ୍ଦିରର ରୋଷଘରେ ରଖାଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନଙ୍କ ଦ୍ଵାରା ଏହି ରଥ ଭଙ୍ଗା କାର୍ଯ୍ୟ ସମ୍ପାଦନ କରାଯାଇଥାଏ ।