ଭଲ ଲୋକ ସବୁବେଳେ କାହିଁକି ଦୁଃଖରେ ରୁହନ୍ତି !! କଣ ଏହାର କାରଣ ଆଗକୁ କେମିତି ମିଳେ ଏହାର ଫଳ ଜାଣି ନିଅନ୍ତୁ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ସୋସିଆଲ ମିଡ଼ିଆରେ ମାଳିକା ବଚନକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ତେବେ ବନ୍ଧୁଗଣ ଆମ ଧର୍ମ ଶାସ୍ତ୍ର ଗୁଡିକରେ ଭବିଷ୍ୟତକୁ ନେଇ ଅନେକ ବାର୍ତା ଦିଆଯାଇଛି।
ତେବେ ମାଳିକାରେ ଭବିଷ୍ୟତ ଓ ଭବିଷ୍ୟତରେ ମଣିଷର ଅବସ୍ଥା କଣ ହେବ, ସେମାନେ କେଉଁ କେଉଁ ପରିସ୍ଥିତି ର ସାମ୍ନା କରିବେ ସେ ବିଷୟରେ ସୂଚନା ଦିଆଯାଇଛି ।କାଳକ୍ରମେ ଧୀରେଧିରେ ସେହି ଭବିଷ୍ୟତ ବାଣୀ ଗୁଡିକ ସତରେ ବି ପରିଣତ ହେଉଛି। 
600 ବର୍ଷ ତଳେ ଅଚ୍ୟୁତାନନ୍ଦ ଙ୍କ ଦ୍ଵାରା ଯେଉଁ ମାଳିକା ରଚନା ହେଇଥିଲା ସେତେବେଳେ ଭବିଷ୍ୟତ ରେ ପୃଥିବୀ ଧ୍ଵଂସ ହେବା ପୂର୍ବରୁ କେଉଁ କେଉଁ ସୂଚନା ଦେବ ତାହା ବୋଲା ଯାଇଥିଲା ।
ମଣିଷର ହିଂସ୍ର ପ୍ରବୃତ୍ତି, ଦୁରାଚାର, ଅନୈତିକ ବ୍ୟବହାର ଯୋଗୁଁ ଧୀରେ ଧୀରେ ସମୟ ବଦଳିବାରେ ଲାଗିବ। ତେବେ ବନ୍ଧୁଗଣ ବାବା ଦିବାକର ଦାସ ଗଣମାଧ୍ୟମରଏକ ସାକ୍ଷାତକରରେ କହିଛନ୍ତି ଯେ, ଦୁଃଖରେ ଥିବା ଲୋକ ବେଳେ ବେଳେ ଭାଙ୍ଗି ପଡନ୍ତି ଆଉ ଆ-ତ୍ମ-ହ-ତ୍ୟା କରନ୍ତି। 
ଜାଣିପାରନ୍ତି ନାହିଁ ଯେ ପ୍ରଭୁ ଯାହା ତାଙ୍କ ପାଇଁ କରିଛନ୍ତି ତାହା ଏବେ କଷ୍ଟ ଦାୟକ କିନ୍ତୁ ପରେ ତାହା ଆନନ୍ଦ ଦାୟକ ହୋଇଥାଏ ବୋଲି। କିନ୍ତୁ ଯେଉଁ ମାନେ ପାପକର୍ମ କରି ଚାଲିଛନ୍ତି ସେହି ମାନେ ଏବେ ସୁଖରେ ଅଛନ୍ତି କିନ୍ତୁ ସମୟ ଆସିବ ସେମାନଙ୍କ ଆଖିରୁ ଲୁହ ପୋଛିବା ପାଇଁ ଦୁନିଆରେ କପଡ଼ା ମଧ୍ୟ ମିଳିବ ନାହିଁ।
ବନ୍ଧୁଗଣ ଯେଉଁମାନେ ଭଲ କର୍ମ କରି କଷ୍ଟ ଭୋଗୁଛନ୍ତି ସେମାନେ କେବେବି ଭାଙ୍ଗି ପଡନ୍ତୁ ନାହିଁ। ଭାବନ୍ତୁ ଯେ ଦୁଃଖ ପଡ଼ିଲେ ସୁଖର କ୍ଷୟ ଆଉ ସୁଖ ପଡିଲେ ପାପର କ୍ଷୟ। 
ଦୁଃଖ ପ୍ରଭୁଙ୍କର ଦାନ ଆଉ ପ୍ରଭୁଙ୍କ ପ୍ରସାଦ ବୋଲି ବିଚାର କରନ୍ତୁ ନିଶ୍ଚିନ୍ତ ଆପଣଙ୍କୁ ସହିତ କିଛି ଆଗକୁ ଭଲ ହେବ। ଏବେ ସିନା ସୁଖରେ ଅଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଆପଣଙ୍କ ମୁହଁରେ ହସ ଥିବ।
ଆଉ ସେତେବେଳେ ଭାବିବେ ଯେ ଆତ୍ମହତ୍ୟା କରିବା ନିଷ୍ପତି କେତେ ବଡ ଭୁଲ ଥିଲା। ତେବେ ବନ୍ଧୁଗଣ କେବେହେଲେ ଦୁଃଖରେ ଭାଙ୍ଗି ପଡନ୍ତୁ ନାହିଁ ଆଉ ଭାବନ୍ତୁ ଯେ ଆଗକୁ ଭଲ ନିଶ୍ଚିନ୍ତ ଭାବେ ହେବ।