ମନ କିଣୁଛି BSNL ର ଏହି ଶସ୍ତା ପ୍ଲାନ୍ ଦେଖନ୍ତୁ ଉପକୃତ ହେଉଛନ୍ତି ଉପଭୋକ୍ତା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
ବନ୍ଧୁଗଣ ଗ୍ରାହକଙ୍କ ମନ କିଣୁଛି ବିଏସେନାଲ ସିମ୍। ସରକାରୀ ଟେଲିକମ୍ ଏଜେନ୍ସି ବିଏସେନାଲ ଏହାର ଗ୍ରାହକଙ୍କ ପାଇଁ ସୁଲଭ ଏବଂ ଶସ୍ତା ପ୍ଲାନ୍ ଅଫର କରିଥାଏ। ବିଏସେନାଲ ପାଖରେ କମ୍ ଗ୍ରାହକ ଥିଲେ ମଧ୍ୟ ଏହା ଜିଓ, ଏୟାରଟେଲ ଏବଂ ଭିଆଇ ଭଳି କମ୍ପାନୀର ପ୍ଲାନକୁ କଡ଼ା ଟକ୍କର ଦେଇଥାଏ। ବିଏସେନାଲ ପାଖରେ ଗ୍ରାହକଙ୍କ ପାଇଁ ଅନେକ ଦମଦାର ରିଚାର୍ଜ ପ୍ଲାନ୍ ସହ ସୁଲଭ ଭାଲିଡିଟି ପ୍ଲାନ୍ ମଧ୍ୟ ଉପଲବ୍ଧ ରହିଛି। 
ବିଏସେନାଲରେ ଏପରି ଏକ ପ୍ଲାନ୍ ରହିଛି ଯାହା ସମସ୍ତଙ୍କୁ ଚକିତ କରିବ। ଏହି ପ୍ଲାନ୍ ଅନ୍ତର୍ଗତ ଗ୍ରାହକଙ୍କୁ ୧୦୦ ଟଙ୍କାରୁ କମରେ ୯୦ ଦିନର ଭାଲିଡିଟି ମିଳିଥାଏ। ବର୍ତ୍ତମାନ ବିଏସେନାଲ ପାଖରେ ପ୍ରାୟ ୮ କୋଟି ୟୁଜର୍ସ ଅଛନ୍ତି। କମ୍ପାନୀ ନିଜ ତାଲିକାରେ ଏପରି ଅନେକ ପ୍ଲାନ୍ ଯୋଡ଼ିଛି ଯାହାର ମୂଲ୍ୟ ଆଶା ଠାରୁ ବି କମ୍ ଅଟେ। ବିଏସେନାଲ ହେଉଛି ପ୍ରଥମ କମ୍ପାନୀ ଯାହା ୟୁଜରର୍ସଙ୍କ ପାଇଁ ୯୧ ଟଙ୍କାରେ ୩ ମାସ ପର୍ଯ୍ୟନ୍ତ ଭାଲିଡିଟି ଅଫର କରୁଛି। 
ଏବଂ ଏହି ପ୍ଲାନ୍ ସମସ୍ତ ବିଏସେନାଲ ଗ୍ରାହକଙ୍କ ପାଇଁ ନୁହେଁ। ଏହି ପ୍ଲାନ୍ କେବଳ ସେହି ଗ୍ରାହକଙ୍କ ପାଇଁ ଯେଉଁମାନେ ବିଏସେନାଲ ସିମକୁ ସେକେଣ୍ଡାରି ସିମ୍ ଭାବରେ ବ୍ୟବହାର କରିଥାନ୍ତି। ଏହି ପ୍ଲାନରେ କଲିଂ ସୁବିଧା ନାହଁ। କେବଳ ଇନକମିଂ ସୁବିଧା ଉପଲବ୍ଧ ରହିଛି। ଏହି ସିମକୁ ଆକ୍ଟିଭ୍ ରଖିବା ପାଇଁ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିନଥାଏ।