ବାଛନ୍ତୁ ୪ଟି ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଦିନର ଭାଗ୍ୟ ଆପଣଙ୍କ ବିଶେଷ ମଣିଷଙ୍କ ସହ

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୪ଟି ନମ୍ବର ବା ଗ୍ଲାସ ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ବର ବା ଗ୍ଲାସ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
୧:- ପ୍ରଥମ ଗ୍ଲାସ- ବନ୍ଧୁଗଣ ଆପଣ ଯଦି ପ୍ରଥମ ଗ୍ଲାସଟିକୁ ବାଛିଛନ୍ତି ତେବେ, ଏହାର ଅର୍ଥ ଆପଣଙ୍କୁ ନିଜ ସ୍ୱତନ୍ତ୍ରତା ସବୁଠାରୁ ଅଧିକ ପ୍ରିୟ ଅଟେ। ଆପଣ ନିଜ ଜୀବନରେ ଥିବା ସମସ୍ତ ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ଏବଂ ଏଥିପାଇଁ ଆପଣଙ୍କୁ ଏଭଳି ଏକ ସ୍ଥାନକୁ ଯିବା ଆବଶ୍ୟକ ଯେଉଁଠାରେ ଆପଣଙ୍କୁ କେବଳ ସୁଖ ଏବଂ ଶାନ୍ତି ପ୍ରାପ୍ତ ହେବ। 
୨:- ଦ୍ଵିତୀୟ ଗ୍ଲାସି- ବନ୍ଧୁଗଣ ଆପଣ ଯଦି ଦ୍ୱିତୀୟ ଗ୍ଲାସଟିକୁ ବାଛିଛନ୍ତି ତେବେ, ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି। ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି ହେବାକୁ ଯାଉଛି ଏବଂ ଆଧ୍ୟାତ୍ମିକ ତା ସ୍ଥାପନ ହେବାକୁ ଯାଉଛି। ଯାହା କେବଳ ଆପଣ ସ୍ୱୟଂ ଅନୁଭବ କରି ପାରିବେ।ପ୍ରେମ ସମ୍ପର୍କରେ ମଧ୍ୟ ମଧୁରତା ସୃଷ୍ଟି ହେବାର ସମ୍ଭାବନା ରହିଛି।
୩:- ତୃତୀୟ ଗ୍ଲାସ- ବନ୍ଧୁଗଣ ଆପଣ ଯଦି ତୃତୀୟ ଗ୍ଲାସଟିକୁ ବାଛିଛନ୍ତି ତେବେ, ଆପଣ ଜଣେ ଆଶାବାଦୀ ବ୍ୟକ୍ତି ଅଟନ୍ତି। ଆପଣଙ୍କ ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜ୍ୱଳ ହେବ। ଆପଣ ଯେତେ ଅଧିକ ଅନ୍ୟର ଦୁଃଖକୁ ଦୁର କରିବେ ଆପଣଙ୍କ ଜୀବନରେ ସେତେ ଅଧିକ ସୁଖର ସ୍ଥାପନ ହେବ।
୪:- ଚତୁର୍ଥ ଗ୍ଲାସ୍- ବନ୍ଧୁଗଣ ଆପଣ ଯଦି ଚତୁର୍ଥ ଗ୍ଲାସଟିକୁ ବାଛିଛନ୍ତି ତେବେ, ଏହାର ଅର୍ଥ ଆପଣଙ୍କୁ ଜୀବନର ସମସ୍ତ ପୁରୁଣା କଥାକୁ ଭୁଲି ଆଗକୁ ବଢ଼ିବାକୁ ପଡିବ ଏବଂ ନିଜ ମନରେ ପ୍ରେରଣା ସୃଷ୍ଟି କରିବାକୁ ହେବ। ଆପଣଙ୍କୁ ନିଜ ମନ ତଥା ମସ୍ତିଷ୍କରୁ ସମସ୍ତ ପ୍ରକାର ଇର୍ଷା ଏବଂ ଦ୍ଵେଷ ଭାବକୁ ଦୁର କରିବାକୁ ପଡ଼ିବ।