ରେଳ ବିଭାଗରେ ଆସିଲା ନିଯୁକ୍ତି ସୁଯୋଗ ଦେଖନ୍ତୁ ବିନା ପରୀକ୍ଷାରେ ପାଇ ପାରିବେ ଚାକିରୀ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଆଇଆରସିଟିସିରୁ ଏବେ ବାହାରିଛି ଏକ ବଡ ବିଜ୍ଞପ୍ତି। ରେଳ ନିଗମ ପକ୍ଷରୁ ହସ୍ପିଟାଲିଟି ମନିଟର ବିଭିନ୍ନ ପଦରେ ଆସାଇଙ୍କ ଠାରୁ ଆବେଦନପତ୍ର ଗ୍ରହଣ କରାଯାଉଛି। ଏଥିପାଇଁ ଜୁଲାଇ ୧ରୁ ୨୦୨୪ ଅଫିସିଆଲ୍ ନୋଟିଫିକସନ୍ ଜାରି ହେଇ ସାରିଛି। 
ଯୋଗ୍ୟ ପ୍ରାପ୍ତି ଆଇଆରସିଟିସିର ଅଫିସିଆଲ୍ ୱେବସାଇଡ ଯାଇ ଏହିସବୁ ପଦବୀ ପାଇଁ ଆପ୍ଲାଏ କରିପାରିବେ। ରେଳ ନିଗମର ଏହି ଭ୍ୟାକେନ୍ସି ଜରିଆରେ ୩୫ଟି ହସ୍ପିଟାଲିଟି ମନିଟର ପଦରେ ନିଯୁକ୍ତି କରାଯିବ। ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ବିଏସି ହସ୍ପିଟାଲିଟି ଆଣ୍ଡ ହୋଟେଲ ଆଡମିନିଷ୍ଟେସନ ନ୍ୟାସନାଲ କାଉନସିଲ ଅଫ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ଟେକନୋଲୋଜି, ୟୁଜିସି, ଏଆଇସିଟି ଆଉ ଭାରତ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତି ହେବା ନିହାତି ଜରୁରୀ। 
ଏହା ବ୍ୟତିତ ବିବିଏ, ଏମବିଏ କରିସାରିଥିବା ପିଲା ମଧ୍ୟ ଏହି ପଦବୀରେ ଆବେଦନ କରିପାରିବେ। ଆଇଆରସିଟିସିର ଏହି ପଦବୀରେ ଜଏନ ହେବା ପରେ ପ୍ରାର୍ଥୀଙ୍କୁ ୩୦ ହଜାର ଟଙ୍କା ପ୍ରତିମାସରେ ମିଳିବ। ଏହା ବ୍ୟତୀତ ସବୁଦିନ ଲୋଡ଼ିଂ ଚାର୍ଜ, ମେଡିକାଲ ଏନ୍ସୁରାନ୍ସ ସୁବିଧା ମଧ୍ୟ ରହିଛି। ପ୍ରାର୍ଥିଙ୍କର ବୟସ ଅନ୍ୟ ଯୋଗ୍ୟତା ନିର୍ଧାରଣ କରାଯିବ। ତେବେ ବିନା କୌଣସି ପରୀକ୍ଷାରେ ପ୍ରାର୍ଥୀଙ୍କର ଚୟନ ସିଧା ଇଣ୍ଟ୍ରଭିୟୁ ମାଧ୍ୟମରେ ଆପ୍ଲିକେସନ୍ ଫର୍ମ ବିଜ୍ଞାପନରୁ ଡାଉନଲୋଡ୍ କରିବେ।
ଏହାପରେ ତାକୁ ଭରିବା ସହିତ ସମସ୍ତ ଜରୁରୀ ଡକମେଣ୍ଟ ସହିତ ଇଣ୍ଟ୍ରଭିୟୁ ବେଳେ ନେବାକୁ ପଡ଼ିବ। ତେବେ ଦୁଇଟି ଜାଗାରେ ଏଥିପାଇଁ ହେବ ଇଣ୍ଟ୍ରଭିୟୁ। ଜୁଲାଇ ୨୨ ଆଉ ୨୩ ତାରିଖରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଇଆରସିଟିସିର କୋଲକାତାରେ ହେବ। ସେହିଭଳି ଜୁଲାଇ ୨୫ ଆଉ ୨୬ରେ ପାଟଣାହାଜିପୂରରେ ହେବ। ତେବେ ପାଟଣାହାଜିପୂର କେଉଁ ସ୍ଥାନରେ ହେବ ସେ ନେଇ ଖୁବଶୀଘ୍ର ୱେବସାଇଡରେ ସୂଚନା ପ୍ରଦାନ କରାଯିବ ବୋଲି ଜଣାପଡିଛି।