ପାଲ ତଳେ ୫ କୁଟୁମ୍ବ..ବର୍ଷା ହେଲେ ଅଙ୍ଗନବାଡି ବାରଣ୍ଡାରେ ରାତି କଟିଯାଏ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
ବନ୍ଧୁଗଣ ଘରନଥିବାରୁ ପାଲ ତଳେ ଜୀବନ ବିତାଉଛନ୍ତି ଗୋଟେ ପରିବାରର ୫ଜଣ ସଦସ୍ୟ। ଅତ୍ୟଧିକ ବର୍ଷା ହେଲେ ଅଙ୍ଗନବାଡି ବାରଣ୍ଡାରେ ରୁହନ୍ତି ଏହି ୫ ଜଣ କୁଟୁମ୍ବ। ସେହି ଅଧା ଭଙ୍ଗା ଘରେ ଜମ୍ଭୁଙ୍କ ସାଥିରେ ଦୁଇ ଛୁଆ, ସ୍ତ୍ରୀ ଓ ବାପା ରୁହନ୍ତି। କୁଲି ବୃତ୍ତି କରି ଦୁଇ ପଇସା ରୋଜଗାର କଲେ ଏମାନଙ୍କ ପରିବାର ଚଳେ। ସେମାନଙ୍କୁ ସରକାରୀ ସୁବିଧା ଏପର୍ଯ୍ୟନ୍ତ କିଛି ମିଳିନି। କେବଳ ରାସନ କାର୍ଡରେ ମିଳୁଛି ତିନିଜଣଙ୍କୁ ମାତ୍ର ୧୫ କେଜି ଚାଉଳ। 
ଦୁଇ ପିଲାଙ୍କର ଆଧାର କାର୍ଡ ନଥିବାରୁ ସେମାନଙ୍କୁ ମିଳୁନି କିଛି। ଦୁଇବର୍ଷ ହେଲା ଜମ୍ଭୁଙ୍କ ପରିବାର ଭଙ୍ଗା କୁଡିଆ ପଲିଥିନ ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି। ଏଥିପାଇଁ ଆବାସ ଯୋଜନାରେ ସାମିଲ ପାଇଁ ପ୍ରଶାସନଙ୍କୁ ଗୁହାରି କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି କୁନ୍ଦୁରା ବ୍ଲକ ଫୁଲପଟା ପଞ୍ଚାୟତର ଯୋଡାଆମ୍ବ ଗାଁରେ। ଜମ୍ଭୁ ପରିଜାଙ୍କୁ ଆବାସ ଯୋଜନା ମିଳି ପାରିନାହିଁ। 
ଜମ୍ଭୁଙ୍କ ପରିବାର ଲୋକଙ୍କ ପାଇଁ ଯେଉଁଠି ରୋଷେଇ ହୁଏ ସେଠି ହିଁ ସମସ୍ତେ ଖାଇ ପିଇ ଶୋଇ ପଡନ୍ତି। ବର୍ଷାଦିନେ ଜମ୍ଭୁଙ୍କ ଘରେ ବର୍ଷା ପାଣି ଗଳିବାରୁ ଚିଳୀବା ହେଇଯାଉଚି କଷ୍ଟକର। ଟିକେ ପବନ ହେଲେ କାନ୍ଥରୁ ମାଟି ମଧ୍ୟ ଖୁସିଛି। ଘରେ ଟଣା ହେଇଥିବା ପଲିଥିନ୍ ନିଜେ ମୁଲମଜୁରୀ ଲାଗି ୨୦୦୦ ଟଙ୍କା ଯୋଗାଡ କରି କିଣିଥିଲେ ଜମ୍ଭୁ। ଭୀଷଣ ବର୍ଷା ହେଲେ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରର ବାରଣ୍ଡା ସାଜିଛି ଜମ୍ଭୁଙ୍କ ପରିବାରର ଆଶ୍ରୟସ୍ଥଳୀ। ତେଣୁ ଘର ଖଣ୍ଡେ ପାଇଁ ନିବେଦନ କରିଛନ୍ତି ଉଭୟ ସ୍ବାମୀ ସ୍ତ୍ରୀ।