ବନ କର୍ମୀଙ୍କ ଅମାନବୀୟ କାଣ୍ତ ଠାକୁର ଭାଙ୍ଗି ଫିଙ୍ଗିଦେଲେ...!
Nov 24, 2024, 15:32 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବନ ଅଞ୍ଚଳରେ ଘଟିଥିବା ଘଟଣା ବିଷୟରେ ଜାଣିପାରିବେ । ରାଉଲକେଲା ବନ ବିଭାଗ ସେକ୍ଟର ୬ ପାହାଡ ଉପରେ ଥିବା ଏକ ପୁରୁଣା ମନ୍ଦିରରେ ଥିବା ମୂର୍ତ୍ତି ଗୁଡ଼ିକୁ ଭାଙ୍ଗି ତଳକୁ ଫୋପାଡି ଦେଇଥିବା ଘଟଣା ଏବେ ସାମ୍ନାକୁ ଆସୁଛି । ଏହି ପାହାଡ ଉପରେ ମୂର୍ତ୍ତି ଗୁଡ଼ିକ ଦୀର୍ଘ ୪୦ ବର୍ଷ ହେଲା ପୂଜା ପାଉଥିଲେ । ଏବେ ଏହାକୁ ନେଇ ବିବାଦ ଦେଖାଯାଉଛି ।
ଗତ ୧୯ ତାରିଖ ଦିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରାଉଲକେଲା ଗସ୍ତରେ ଆସିଥିଲେ । ଆଉ ଏହାପରେ ୪୦ ବର୍ଷ ତଳେ ପାହାଡ ଉପରେ ଥିବା ମନ୍ଦିର ଭିତରକୁ ଯାଇଥିଲେ । ଏହି ମନ୍ଦିର ପୂଜା କରୁଥିବା ପୂଜକଙ୍କ ଠାରୁ ତାଙ୍କର ମୋବାଇଲ ଛଡ଼ାଇ ନେଇଥିଲେ ଆଉ ତାଙ୍କୁ ସେଠାରେ ଅଟକ ରଖିଥିଲେ । ଏହାପରେ ମନ୍ଦିରରେ ପୂଜା ପାଉଥିବା ଶିବ ଲିଙ୍ଗ, ନନ୍ଦୀ , ମାତା ପାର୍ବତୀ , ଗଣେଶ, କାର୍ତ୍ତିକ ଏବଂ ତାଙ୍କ ସହିତ ହନୁମାନଙ୍କ ମୂର୍ତ୍ତିକୁ ଶାବଳରେ ତାଡି ଦେଇଥିଲେ ଏବଂ ପାହାଡ ତଳକୁ ଫିଙ୍ଗି ଦେଇଥିଲେ ।
ଏହି ମନ୍ଦିରରେ ସ୍ଥାନ ପାଉଥିବା ଅନ୍ୟ ଦେବଦେବୀମାନେ ପିନ୍ଧିଥିବା ବସ୍ତ୍ରକୁ ଖୋଲି ଦେଇ ପାହାଡ ତଳକୁ ଫିଙ୍ଗି ଦେଇଥିଲେ । ବନ ବିଭାଗର କର୍ମଚାରୀମାନେ ହିନ୍ଦୁ ଦେବାଦେବୀଙ୍କୁ ଫିଙ୍ଗି ଦେଇଥିଲେ । ଏହି ପୂଜକ ଜଣକ ଏବେ କହିଛନ୍ତି ଏହି ବିଷୟରେ । ପୂଜକ ଜଣକ କହିଛନ୍ତି ତାଙ୍କୁ ଫୋନ୍ ଆସିଥିଲା ଆଉ ଫୋନ୍ ଆସିବା ପରେ ସେ ପାହାଡ ଉପରେ ଥିବା ମନ୍ଦିରକୁ ଯାଇଥିଲେ । ଆଉ ସେଠାରେ ସେ ଦେଖିଥିଲେ କି ମନ୍ଦିରରେ ପୂଜା ପାଉଥିବା ମୂର୍ତ୍ତି ସବୁକୁ ଫିଙ୍ଗି ଦିଆଯାଇଛି ।
ସାତ ଦେବୀଙ୍କ ପିଣ୍ଡିରୁ ଚୁନି କାଢି ଫିଙ୍ଗି ଦେଇଥିଲେ । ଏହାପରେ ପୂଜକ ଜଣଙ୍କୁ ସେଠାରୁ ବାହାର କରିଦେଇଥିଲେ । ଆଉ ଏଠାରେ କାହିଁକି ପୂଜା କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ବିନା ନୋଟିସରେ ମୂର୍ତ୍ତି ଭାଙ୍ଗିବା ଏବଂ ମନ୍ତ୍ରୀଙ୍କ ବିନା କଥାରେ ଗସ୍ତ ପାଇଁ ଏବଂ ବନ ବିଭାଗର କାମ ପାଇଁ ବଜରଙ୍ଗୀ ଦଳ ତାଙ୍କୁ ନିନ୍ଦା କରିବା ସହ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ । ଏସଂପର୍କରେ ଅନେକ କଥା ଆସୁଥିବା ବେଳେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଏହାକୁ ହିଁ ଅପେକ୍ଷା ରହିଛି ।