ଆସନ୍ତା କିଛି ଦିନ ଭିତରେ ଆସିବ ବହୁତ୍ ବଡ ଲଘୁଚାପ..ବର୍ଷା ହେଇ ଛେଚିବ ବୁଡିବ ରାସ୍ତା ଘାଟ..
Nov 16, 2024, 15:24 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ପାଣିପାଗକୁ ନେଇ ଆସିଥିବା ଖବର ସବୁ ପାଇ ପାରୁଛନ୍ତି । ପୁଣି ମାଡ଼ ହେବ ଆଉ ଏକ ଲଘୁଚାପ । ଆସନ୍ତା ସମୟରେ ଭୟଙ୍କର ରୂପ ନେବ ଏହି ଲଘୁଚାପ । ଏବେ ଏହି ଲଘୁଚାପ ନେଇ ପାଣିପାଗ ବିଭାଗ ଦେଇଛି ବଡ ଚେତାବନୀ । ଏବେ ପାଣିପାଗ ବିଭାଗ ପକ୍ଷରୁ ଆସିଛି ବଡ ସୂଚନା । ଏବେ ଏନେଇ ସବୁ ଖବର ଆପଣମାନେ ପାଇପାରିବେ ।
ଏବେ ଠାରୁ ବଙ୍ଗୋପସାଗର ଅଶାନ୍ତ ହେଲାଣି । ପାଣିପାଗ ବିଭାଗ ପକ୍ଷରୁ ମିଳିଛି ସୂଚନା । ଏବେ ବର୍ଷା ସାଙ୍ଗକୁ ଶୀତର ଲୁଚକାଳି ଖେଳ ଚାଲିଛି । କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ଆଉ କିଛି ସ୍ଥାନରେ ଶୀତ ଅନୁଭୂତ ହେଉଛି । କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବା ସହ ଆଉ କିଛି ସ୍ଥାନରେ ପାଗ ଶୁଖିଲା ରହିଛି । ଏବେ ଏହିସବୁ ଭିତରେ ପାଣିପାଗ ଆଣିଛି ବଡ ଖବର । ଆସନ୍ତା ସପ୍ତାହ ବେଳକୁ ଆଉ ଏକ ବଡ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ।
ଦକ୍ଷିଣ ବଙ୍ଗୋପସାଗରରେ ବଳ ଗୋଟାଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡର ପ୍ରଭାବ ମଧ୍ୟ ଦେଖାଯିବ । ପାଣିପାଗ ବିଭାଗକୁ ନେଇ ମିଳିଛି ଏକ ତାଜା ସୂଚନା । ୧୬ ତାରିଖରୁ ଶୀତ ଅନୁଭୂତ ହେବ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ସୂଚନା ମିଳିଛି । ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ।
ଥଣ୍ଡା ପବନ ଆସି ନଥିବାରୁ ରାଜ୍ୟରେ ଶୀତ ଅନୁଭୂତ ହେଉ ନଥିଲା । ଆଉ ଏବେ ଶୀତର ପ୍ରଭାବ ଦେଖାଯିବ । ରାଜ୍ୟରେ ଉତ୍ତରା ଲହରୀ ପ୍ରବାହିତ ହେଉନାହିଁ ଆଉ ସେଥିପାଇଁ ରାଜ୍ୟରେ ଶୀତ ଅନୁଭୂତ ହେଉନାହିଁ ବୋଲି ସୂଚନା ମିଳିଥିଲା । ଶୀତ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ଅନେକ ସ୍ଥାନରେ କୁହୁଡି ଦେଖାଯାଇଛି । ଆଉ ଏବେ ଏହିସବୁ ଭିତରେ ଏକ ଲଘୁଚାପ ଆସୁଛି ବୋଲି ସୂଚନା ମିଳିଛି । ଆଗାମୀ ଦିନରେ ଘୂର୍ଣ୍ଣିବଳୟ ମଧ୍ୟ ଆସୁଛି ବୋଲି ସୂଚନା ମିଳିଛି । ଏବେ ଆଗାମୀ ସପ୍ତାହରେ ଆସୁଥିବା ଲଘୁଚାପ ନେଇ ସୂଚନା ଦିଆଯାଉଛି ।