ମୋବାଇଲ ଧରି ରଥରେ ଚଢିଲେ ସେବାୟତ ଦେଖନ୍ତୁ ଅରବିନ୍ଦ ପାଢ଼ୀ ଦେଖିବା ମାତ୍ରେ କହିଲେ ଏମିତି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଡ଼ପ ପହଣ୍ଡି ବେଳେ ତାଳଧ୍ୱଜରେ ଅଘଟଣ ଘଟିଥିଲା। ଚାରମାଳରେ ପ୍ରଭୁ ବଳଦେବ ଖସିପଡ଼ିଥିଲେ। ଏହି ଅଘଟଣ ଯୋଗୁଁ ପ୍ରାୟ ୧୨ ଜଣ ସେବାୟତ ହୋଇଥିଲେ। ଏହି ଅପ୍ରୀତିକର ଘଟଣା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସେବାୟତମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏଥିରେ ସବୁଠାରୁ ବଡ ନିର୍ଦ୍ଦେଶ ଥିଲା- ସେବାୟତମାନେ ରଥ ଉପରକୁ ମୋବାଇଲ ନେଇ ପାରିବେ ନାହିଁ। 
ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉ ଆଜି ସେହି ନୟମକୁ ଏଡାଇ ଦେଇଛନ୍ତି କିଛି ସେବାୟତ। ଗତ ମଙ୍ଗଳବାର ସନ୍ଧ୍ୟାରେ ବଡ଼ଠାକୁରଙ୍କ ଆଡ଼ପ ପହଣ୍ଡି ସମୟରେ ଘଟିଥିବା ଅଘଟଣକୁ ଜଗନ୍ନାଥ ପ୍ରେମୀ ଓ ରାଜ୍ୟବାସୀ ଭୁଲି ନଥିବା ବେଳେ ଆଜି ବାହୁଡ଼ାଯାତ୍ରା ଅବସରରେ ଥର ଉପରେ ସେବାୟତ ଓ ସେବାୟତମାନେ ବିଶୃଙ୍ଖଳିତ ଆଚରଣ କରିଛନ୍ତି। 
ରଥ ଉପରେ ଅଣସେବାୟତ ଚଢ଼ିବା ଓ ରଥ ଉପରେ ଥାଇ ସେବାୟତମାନେ ମୋବାଇଲ ମାଧ୍ୟମରେ ଭିଡିଓ ସୁଟିଂ କରିବା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି। ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଚିତ୍ର ଦେଖିବା ପରେ ସେବାୟତ ବଡ ନା ମୁଖ୍ୟ ପ୍ରଶାସକ ବଡ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସକଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ସେବାୟତମାନେ ରଥ ଉପରକୁ ମୋବାଇଲ ନେଇ ଖୁସିମନରେ ଭିଡିଓ କରିବାର ଚିତ୍ର ଭାଇରାଲ ହେଉଛି। 
ଯଦି ପୁଣି କିଛି ଅଘଟଣ ଘଟେ ତେବେ ସେବାୟତଙ୍କ ଉପରେ ମୁଖ୍ୟ ପ୍ରଶାସକ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ କି ତାହା ଏବେ ପ୍ରଶ୍ନବାଚୀ। ସେପଟେ ରଥ ଉପରକୁ ଅନୁମତି ପାଇନଥିବା ସେବାୟତ ଓ ଅଣ ସେବାୟତମାନେ ଚଢିପାରିବେ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଡା ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ରଥ ଉପରେ ଅଣସେବାୟତମାନଙ୍କୁ ଦେଖିବାକୁ ମିଳିଥିଲା।