ଆଗକୁ ହେବ ବହୁତ୍ ବର୍ଷା..ଆଜିଠୁ ଆରମ୍ଭ ହେଇଗଲା ଲଘୁଚାପ..

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପଞ୍ଜିକା ଲେଖା ଆଉ ପାଣିପାଗ ସୂଚନା ବିଷୟରେ ଆସିଥିବା ଖବର ସବୁ ଜାଣିପାରିବେ । ପଞ୍ଜିକାରେ ଲେଖା ଯାଇଛି ପାଣିପାଗ କିଭଳି ରହିବ ଆଉ ଏହି ସବୁ କଥା ସତ ହେବ ବୋଲି ସୂଚନା ମିଳିଛି । ଏବେ ପଞ୍ଜିକା ଲେଖା ସହ ପାଣିପାଗ ବିଭାଗର ଯଥା ମେଳ ଖାଉଛି । ଆଗକୁ ବିଜୁଳି ଘଡଘଡି ସହ ଝଡ ବର୍ଷା ହେବ ବୋଲି ସୂଚନା ମିଳିଛି। 
ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ପାଣିପାଗ କେନ୍ଦ୍ର ଏହିସବୁ ଜିଲ୍ଲାକୁ ସତର୍କ ରହିବାକୁ କହିଛି । ଏବେବି ଯାଇନାହିଁ ବର୍ଷା , ଖରାଟିଆ ପାଗ ଥିଲେ ମଧ୍ୟ ବର୍ଷା ନେଇ ଅପଡେଟ ଦେଇଛି ପାଣିପାଗ ବିଭାଗ କେନ୍ଦ୍ର । ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ଚେତାବନୀ ମିଳିଛି । ଏହି ଘଡଘଡି ବର୍ଷା ପାଇଁ ୬ ଜିଲ୍ଲାର ନାମ ସାମ୍ନାକୁ ଆସିଛି । ଏହି ୬ ଜିଲ୍ଲା ହେଉଛି, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଏବଂ କେନ୍ଦ୍ରାପଡ଼ା । ଆସନ୍ତା ତିନି ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ଆଜି ଏବଂ ଆସନ୍ତାକାଲି ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଆସନ୍ତା ସପ୍ତାହରୁ ରାଜ୍ୟରେ ଝଡ ବର୍ଷା ହେବ ବୋଲି ସୂଚନା ମିଳିଛି । ଆଉ କିଛିଦିନ ପରେ ଶୀତ ଅନୁଭୂତ ହେବ ବୋଲି ଏବେ ଖବର ଆସୁଛି । ଏବେ ଶୁଖିଲା ପାଗ ଦେଖିବାକୁ ମିଳୁଥିବା ବେଳେ ଆଗକୁ କୁହୁଡି ଶୁ ଥଣ୍ଡା ଅନୁଭବ ହେବ ବୋଲି ସୂଚନା ମିଳିଛି ।
ଖଡ଼ି ରତ୍ନ ପାଞ୍ଜିର ୧୯୬ ପୃଷ୍ଠାରେ ଲେଖାଯାଇଛି ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, ଯାଜପୁର, କାକଟପୁର, ନିଆଳି ଅଞ୍ଚଳରେ ଘୂର୍ଣ୍ଣିଝଡ ସହ ବାତ୍ୟା ହେବ । ଅକ୍ଟୋବର ମାସରେ ବାତ୍ୟା ହେବ ବୋଲି ଖଡ଼ି ରତ୍ନ ପଞ୍ଜିକାରେ ଲେଖା ଯାଇଥିଲା । ଆଉ ଏବେ ଏହି କଥା ସତ ହୋଇଥିଲା । ବାତ୍ୟା ଦାନା ଆସିଥିବା ହେତୁ ଅନେକ କ୍ଷତି ହୋଇଥିଲା । ଆଉ ଏବେ ପୁଣି ଖଡ଼ି ରତ୍ନ ପଞ୍ଜିକାରେ ଲେଖାଯାଇଛି କି ନଭେମ୍ବର ମାସରେ ଘୂର୍ଣ୍ଣିଝଡ ସହ ବାତ୍ୟା ହୋଇପାରେ । ଏବେ ଏହାକୁ ନେଇ ଅନେକ ପ୍ରଶ୍ନ ଆସୁଛି । ଖଡ଼ି ରତ୍ନ ପଞ୍ଜିକାରେ ଲେଖାଯାଇଥିବା କଥା ସତ ହେବ କି ?