ଶିବ ମନ୍ଦିରରେ ପାଣି ଢ଼ାଳିବା ପରେ ହେଲା ବଡ଼ ଅଘଟଣା ଦେଖନ୍ତୁ ଦଳା ଚକଟାରେ ଚାଲିଗଲେ ୬ ଭକ୍ତ
Aug 12, 2024, 18:01 IST
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ହେଉଛି ଶ୍ରାବଣ ସୋମବାରର ଚତୁର୍ଥ ପାଳି। ଯାହାକୁ ନେଇ କାଉଡ଼ିଆ ମାନେ ବେଶ୍ ଉତ୍ସାହିତ ଥିବା ବେଳେ ମନରେ ଯାହା ମାନସିକ ଥିଲା ତାହା ପୂର୍ଣ୍ଣ କରିବା ପାଇଁ ଆସିଥିଲେ। ହେଲେ କାଉଡ଼ିଆ ମାନେ ଏତେ କଷ୍ଟ କରି ଧାଡ଼ିରେ ଠିଆ ହେଇ ମଧ୍ୟ କରିପାରିଲେନି ଜଳ ଲାଗି। ଏକାସାଙ୍ଗରେ ଚାଲିଯାଇଛି ୭ ଜଣ କାଉଡ଼ିଆଙ୍କ ଜୀବନ। ୯ ରୁ ଊର୍ଦ୍ଧ୍ବ ଗୁରୁତର ହେଇଥିବା ବେଳେ ସମସ୍ତଙ୍କ ଅବସ୍ଥା ଏବେ ସଙ୍କଟପୂର୍ଣ୍ଣ ରହିଛି। ଆଜି ଶେଷ ସୋମବାର ହେଇଥିବା ବେଳେ ମହାଦେବଙ୍କ ଉପରେ ଜଳଲାଗି କରିବା ପାଇଁ ପ୍ରତ୍ୟେକଟି ଶିବ ମନ୍ଦିରରେ ଲାଗିଛି ଭିଡ।
ପ୍ରବଳ ଭିଡ଼ରେ ଧାଡ଼ିରେ ଠିଆ ହୋଇ କାଉଡ଼ିଆ ମାନେ ଜଳଲାଗି କରିବା ପାଇଁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ଏସବୁ ଭିତରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଯେଉଁଠି କି ଶିବ ମନ୍ଦିରରେ ହିଁ ଦଳା ଚକଟାରେ ୭ ଜଣ କାଉଡ଼ିଆଙ୍କର ମୃ-ତ୍ୟୁ ହେଇଥିବା ବେଳେ ୯ ଜଣ ଗୁରୁତର ହେଇ ପଡିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ୧୨ଟା ସମୟରେ ଶିବ ମନ୍ଦିରରେ ଜଳଲାଗି କରିବା ପାଇଁ ଭକ୍ତ ମନେ ଲମ୍ବା ଧାଡ଼ି ଲଗାଇଥିବା ବେଳେ ହଠାତ୍ ଭାଙ୍ଗି ଯାଇଥିଲା ମନ୍ଦିରର ରେଲିଂ।
ଆଉ ତା'ପରେ ଏଣେତେଣେ ଦୌଡା ଦୌଡି ହେଇଥିଲେ ଭକ୍ତ ଓ କାଉଡ଼ିଆ ମାନେ। ଯେଉଁଥିପାଇଁ ଦଳାଚକଟା ହେଇଯାଇଥିଲେ ଭକ୍ତ ଓ କାଉଡ଼ିଆ ମାନେ। କିଛି ମହିଳା ତଳେ ପଡ଼ିଯାଇଥିବା ବେଳେ ସେମାନଙ୍କ ଉପରେ ଲୋକ ମାନେ ଚଢ଼ି ଏଣେତେଣେ ଦୌଡି ପଳାଇବାକୁ ଲାଗିଥିଲେ। ଯାହାଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃ-ତ୍ୟୁ ହେଇଛି। ଅନ୍ୟପଟେ କିଛି ଗୁରୁତର ଆହତ ମଧ୍ୟ ହେଇଛନ୍ତି। ତେବେ ଏଭଳି ଏକ ଅଘଟଣ ଘଟିଛି ବିହାର ଜହାନବାଗ ଜିଲ୍ଲା ବାବା ସିଦ୍ଧେଶ୍ୱର ମନ୍ଦିରରେ।
ମହାଦେବଙ୍କୁ ଜଳଲାଗି କରିବା ବେଳେ ପ୍ରବଳ ଭିଡ଼ ଯୋଗୁଁ ଦଳା ଚକଟାରେ ଏଭଳି ଏକ ଅଘଟଣ ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ମିଳିଥିବା ସୂଚନା ଅନୁସାରେ ୭ ମୃ-ତ-କଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ବେଳେ ୨ ଜଣ ପୁରୁଷ ରହିଛନ୍ତି। ଆହତଙ୍କ ମଧ୍ୟରେ ଅଧିକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃ-ତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।