ସାମ୍ନାକୁ ଆସିଲା ବଡ଼ ଖବର ଦେଖନ୍ତୁ ଓୟୋରେ ଧରା ପଡ଼ିବା ପରେ ଖୋଲିଲା ଆଉ ଏକ ଗୁମର
Aug 16, 2024, 16:59 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ସୂଚନା ପାଇପାରିବେ । ଆପଣମାନେ ସମସ୍ତେ ରାପର ଅଭିନବ ସିଂଙ୍କ କଥା ତ ଜାଣିଥିବେ । ତାଙ୍କ ନାଁରେ ଆସିଥିବା ଅଭିଯୋଗ ବିଷୟରେ ସମସ୍ତେ ଶୁଣିଥିବେ । ଏବେ ଏହି ଘଟଣାକୁ ନେଇ ଆସିଛି କିଛି ଖବର ।
ରାପର୍ ଅଭିନବ ସିଂଙ୍କ ନାଁରେ ତାଙ୍କ ସ୍ତ୍ରୀ ଅନେକ ଅଭିଯୋଗ ଆଣିଥିବା ବେଳେ ସେ ଏହାକୁ ଖଣ୍ଡନ କରି କହିଛନ୍ତି କି ତାଙ୍କ ସ୍ତୀଙ୍କୁ ଅଭିନେତ୍ରୀ ସୁପ୍ରିୟା କଲ୍ କରି ଏହିସବୁ ବିଷୟରେ କହିଥିଲେ । ଆଉ ଏବେ ଅଭିନେତ୍ରୀ ସୁପ୍ରିୟା କିଛି କଥା କହିଛନ୍ତି । ସେ କହିଛନ୍ତି, ଯାହାକୁ ବିବାହ କରି ଆଣିଛ ତାଙ୍କ ସହିତ ଏଭଳି କରିବା ଠିକ୍ ନୁହେଁ । ସମାଜରେ ଏଭଳି ଲୋକ ଫ୍ରିରେ ବୁଲିବା ଉଚିତ୍ ନୁହେଁ । ସୁପ୍ରିୟା ପ୍ରଥମେ ଗୋଟିଏ ଭିଡିଓ କରିଥିଲେ ଆଉ ସେଥିରେ ଯିଏ ରାପର ଥିଲେ ତାଙ୍କୁ ଧମକ ଦିଆଯାଇଥିଲା ।
ଆଉ ଏହି ଧମକ ଅଭିନବ ସିଂ କରିଥିଲେ ବୋଲି ସୁପ୍ରିୟା କହିଛନ୍ତି । ସୁପ୍ରିୟା ଦେଖିଲା ବେଳକୁ ଅଭିନବ ହାତରେ ଗଞ୍ଜେଇ ଧରିଥିଲେ ଆଉ ନିଶାସକ୍ତ ଅବସ୍ଥାରେ ଥିଲେ । ଯେତେବେଳେ ତାଙ୍କୁ ସୁପ୍ରିୟା କହିଥିଲେ ତାଙ୍କ କାମ କାହିଁକି ଏଭଳି କରୁଛ ଏହାପରେ ସେ ସେଠାରେ ଥିବା ଚେୟାରକୁ ଅଭିନେତ୍ରୀଙ୍କ ଆଡ଼କୁ ଫୋପାଡି ଦେଇଥିଲେ । ଏହାପରେ ତାଙ୍କୁ ସେ ଧକ୍କା ମାରିଥିଲେ । ଆଉ ସେଠାରେ ପାଟି ଅଧିକ ହେବାରୁ ସେ ବାହାରି ଆସିଥିଲେ ।
ଆଉ ଏହାପରେ ଥାନାକୁ ଯାଇ ଏହି ଘଟଣା ବିଷୟରେ ସେ ଜଣାଇଥିଲେ । ସୁପ୍ରିୟା ସାତ କି ଆଠ ଜଣ ଯୁବକ ନେଇ ତାଙ୍କୁ ମାରଧର କରିଥିଲେ । ଏବେ ଏହି ଘଟଣାର ତଦନ୍ତ ଚାଲିଛି । ଏବେ ଅଭିନବଙ୍କ ନାଁରେ ଆସିଥିବା ଅଭିଯୋଗ ଦେଖି ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ ବୋଲି ସୁପ୍ରିୟା କହିଛନ୍ତି । ଏହାସହ ଅନେକ କଥା ସେ କହିଛନ୍ତି । ସେ ହୁଏତ ମେଣ୍ଟାଲି ଭଲ ନାହାଁନ୍ତି ବୋଲି ସେ କହିଛନ୍ତି । ଗୋଟିଏ ସ୍ତ୍ରୀ ଥାଇ ଏଭଳି କରିବା କଣ ଠିକ । ଏବେ ତାଙ୍କ ସ୍ତ୍ରୀ ପାଇଁ ସେ ଅନେକ କିଛି ଭାବୁଛନ୍ତି ବୋଲି କହିଛନ୍ତି । ତାଙ୍କ ସ୍ତ୍ରୀ ଦୁଃଖରେ ଅଛନ୍ତି ବୋଲି ସୁପ୍ରିୟା କହିଛନ୍ତି ।