Movie prime

ଆଜ୍ଞା ମୋ ସ୍ବାମୀ ବସି INTERVIEW ଦେଉଥଲେ... କୁଆଡୁ ଆସି ପଛପଟୁ ଟେକି ନେଇଗଲେ...

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ କିଛି ଖବର ପାଇପାରିବେ । ଏବେ ସାମ୍ନାକୁ ଆସିଛି ଏମିତି କିଛି ଖବର ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ଖରାପ ଅଟେ । ଆଜିକାଲି ଯୁଗରେ ପ୍ରେମ ବିବାହ ଏକ ସାଧାରଣ କଥା ହୋଇଗଲାଣି । ପ୍ରାୟ ୯୯ ପ୍ରତିଶତ ଯୁବକ ଆଉ ଯୁବତୀ ପ୍ରେମ କରି ବିବାହ କରିଛନ୍ତି । ଏବେ ଏମିତି କିଛି ଖବର ଯାହା ଏହି ପ୍ରେମ ବିବାହକୁ ନେଇ ଆସିଛି । 
Hh
ଜଣେ ଯୁବକ ଚାରିବର୍ଷ ହେଲା ଭଲ ପାଉଥିଲେ। ଆଉ ଏହି ଯୁବତୀ ଜଣକ ସହିତ ସେ ବିବାହ ବନ୍ଧନରେ ବାନ୍ଧି ମଧ୍ୟ ହୋଇଥିଲେ । ତାଙ୍କର ବିବାହର ପୁଅର ଘରଲୋକ କି ଝିଅର ଘରଲୋକ କେହିବି ରାଜି ନଥିଲେ । ଆଉ ସମସ୍ତଙ୍କ ଆପତ୍ତିରେ ସେମାନେ ବିବାହ କରିଥିଲେ । ସେମାନେ ଗୋଟିଏ ଭଡାଘର ନେଇ ରହୁଥିଲେ । ଏହି ଦମ୍ପତି ବହୁତ ଦୁଃଖ କଷ୍ଟରେ ଭଡାଘରେ ରହୁଥିଲେ । ଏହାପରେ ସେମାନେ ଏକାଠି ବହୁତ ଭଲରେ ଆଉ ହସଖୁସିରେ ରହୁଥିଲେ । ଆଉ ଏବେ ତାଙ୍କର ପରିବାର ଭାଙ୍ଗି ଦେଉଛନ୍ତି । 
Hh
ଏବେ ଏହି ଦମ୍ପତିଙ୍କୁ ଅଲଗା କରୁଛନ୍ତି ପୁଅର ଘର ଲୋକେ । ଯୁବତୀ ଜଣକ ଚାକିରୀ କରିବା ପାଇଁ ଇଣ୍ଟରଭ୍ୟୁ ଦେଇ ଯାଇଥିବା ବେଳେ ତାଙ୍କ ଶାଶୁଘର ଲୋକେ ଆସି ତାଙ୍କ ସ୍ବାମୀଙ୍କୁ ନେଇ ଯାଇଛନ୍ତି । ଆଉ ଯେତେବେଳେ ଯୁବତୀ ଜଣକ ଘରକୁ ଫେରିଥିଲେ ସେତେବେଳେ ତାଙ୍କ ସ୍ବାମୀଙ୍କୁ ନପାଇ ଏଣେତେଣେ ଖୋଜିବାକୁ ଲାଗୁଥିଲେ । ଆଉ ଏବେ ଏହି ପତ୍ନୀ ସୀମାରେଖା ତାଙ୍କ ସ୍ବାମୀଙ୍କୁ ଫେରାଇ ଦେବାକୁ ଅନୁରୋଧ କରିଛନ୍ତି । କଟକ ଜିଲ୍ଲା ନିଆଳି ଥାନା ତେଲି ପାଟଣା ଗ୍ରାମର ଉଚ୍ଚ ଶିକ୍ଷିତ ଯୁବତୀଙ୍କର ନିମାପଡ଼ା ଥାନା ଭଗବାନ ସୁନ୍ଦରା ଗ୍ରାମର ଯୁବକଙ୍କ ସହିତ ପ୍ରେମ ହୋଇଥିଲା ।
ଏହି ଯୁବକ ଜଣକ ହେଉଛନ୍ତି ଅଭିମନ୍ୟୁ ଜେନା । ସେମାନେ ମନ୍ଦିରରେ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ସେମାନେ ଭଡାଘରେ ରହୁଥିବା ବେଳେ ଅଭିମନ୍ୟୁଙ୍କୁ ତାଙ୍କ ମାମୁଁ ନେଇ ଯାଇଛନ୍ତି । ଏବେ ସୀମାରେଖା ତାଙ୍କ ସ୍ବାମୀଙ୍କୁ ଖୋଜି ବୁଲୁଛନ୍ତି ଆଉ ସେ ତାଙ୍କୁ ପାଉ ନାହାଁନ୍ତି । ତାଙ୍କ ଶାଶୁଘର ଲୋକେ ତାଙ୍କ ସ୍ବାମୀଙ୍କୁ ଫେରାଇ ଦେବାକୁ ସେ କହିଛନ୍ତି । ନବ ବିବାହିତା ସୀମାରେଖାଙ୍କ ଜୀବନରେ ଏବେ ଝଡ ଉଠିଛି । ଏବେ ସୀମାରେଖା ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି ।

Around The Web